ଚଣ୍ଡିଗଡ଼ରେ ‘ମିଲନ୍ ଟକିଜ୍’ ସିନେମା ଟିମ୍

ଭୁବନେଶ୍ବର: ମିଲନ୍ ଟକିଜ୍‌ର କଳାକାର ଅଲ୍ଲୀ ଫଜଲ୍, ଶ୍ରଦ୍ଧା ଶ୍ରୀନାଥ, ସିକନ୍ଦର ଖେର, ନିର୍ଦ୍ଦେଶକ ତିଗମାଂଶୁ ଧୁଲିଆ, ପ୍ରଯୋଜକ ପି ଏସ ଚଟ୍‌ୱାଲ ପ୍ରମୁଖ ଗତ ୮ ତାରିଖରେ ଚଣ୍ଡିଗଡ଼ ଗସ୍ତ କରି ସେଠାରେ ଏହି ସିନେମାର ପ୍ରଚାର କରିଛନ୍ତି। ପ୍ରଯୋଜକ ଶ୍ରୀ ଚଟ୍‌ୱାଲ କହିଛନ୍ତି, ଚଣ୍ଡିଗଡ଼ ମୋ ନିଜ ସହର ହୋଇଥିବାରୁ ଏଠାରୁ ସିନେମାର ପ୍ରଚାର ଆରମ୍ଭ ହୋଇଛି। ଏହି ସିନେମା ସମସ୍ତଙ୍କୁ ଦେଖିବାକୁ ଭଲ ଲାଗିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା ୧୫ ତାରିଖରେ ଏହି ସିନେମା ରିଲିଜ୍ ହେବାକୁ ସ୍ଥିର ହୋଇଛି। ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ରାଣା, ସଞ୍ଜୟ ମିଶ୍ର, ରିଚା ସିହ୍ନା ଏବଂ ସିକନ୍ଦର ଖେର ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର