ମିଲ୍କ ମନ୍ତ୍ର ପ୍ଲାଣ୍ଟ ବୁଲିଲେ ଏକ୍ସଆଇଏମବି ଏମିଲୋନ୍ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ୍ସଆଇଏମବି ଏମିଲୋନ ସ୍କୁଲର ବିଶ୍ବସ୍ତରୀୟ ଏମବିଏ କାର୍ଯ୍ୟକ୍ରମର ୨୫ ଜଣ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ମିଲ୍କ ମନ୍ତ୍ରର ଗୋପସ୍ଥିତ କାରଖାନା ବୁଲି ‌ଦେଖିଛନ୍ତି। ଜାଭିୟର ଭୁବନେଶ୍ବର ଏବଂ ଏମିଲୋନ ବି‌ଜନେସ୍ ସ୍କୁଲ-ଫ୍ରାନ୍ସ ଦ୍ବାରା ସଂଗଠିତ ମିଳିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ଲାଣ୍ଟ ବୁଲିବା ବେଳେ ସାମାଜିକ ଉଦ୍ୟୋଗିକତାର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହୋଇଥିଲେ। କମ୍ପାନିର କ୍ବାଲିଟି ଓ ଏନପିଡି ମୁଖ୍ୟ ଦେବାଶିଷ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ପ୍ଲାଣ୍ଟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ବୁଲାଇବା ସହିତ ବିଭିନ୍ନ ଉତ୍ପାଦ ସମ୍ପର୍କରେ ପରିଚିତ କରାଇଥିଲେ।

ସମ୍ବନ୍ଧିତ ଖବର