ମିଲ୍କ ମନ୍ତ୍ରର ନୂଆ ଉତ୍ପାଦ ‘ମିଲ୍କି ମୁ ସୁପର’

ଭୁବନେଶ୍ୱର: ମିଲ୍କ ମନ୍ତ୍ର ପକ୍ଷରୁ ଏହାର ନୂଆ ଉତ୍ପାଦ ‘ମିଲ୍କି ମୁ ସୁପର’କୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ଏକ ଫୋର୍ଟିଫାଏଡ୍‌ ଦୁଗ୍ଧ ଯେଉଁଥିରେ ଭିଟାମିନ୍‌ ଏ ଓ ଡି ସାମିଲ କରାଯାଇଛି। ବ୍ରାଣ୍ଡ୍‌ ଆମ୍ବାସାଡର ଅଭିନେତା ଅନୁଭବ ମହାନ୍ତି ଓ ମିଲ୍କ ମନ୍ତ୍ରର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଶ୍ରୀକୁମାର ମିଶ୍ର ଏହାକୁ ଉନ୍ମୋଚନ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ଭିଟାମିନ୍‌ ଏ ଓ ଡିର ଯେଉଁ ଅଭାବ ରହିଛି ତାହାକୁ ଏହି ଫୋର୍ଟିଫାଏଡ୍‌ ଦୁଗ୍ଧ ପୂରଣ କରିବ। ଏହା ଶରୀରରେ ପୋଷଣ ତତ୍ତ୍ୱ ପରିମାଣ ବଢ଼ାଇବ। ଏଥିରେ ୪.୨% ଫ୍ୟାଟ୍‌ ବୃଦ୍ଧି କରାଯାଇଛି ଯାହା ଛୋଟ ପିଲା ଏବଂ କିଶୋରମାନଙ୍କ ଶାରିରୀକ ବିକାଶରେ ସହାୟକ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଶ୍ରୀ ମିଶ୍ର ଏହି ଅବସରରେ କହିଛନ୍ତି ଯେ ପୋଷଣ ଏବଂ ନୂତନତ୍ୱ ଆମ ଡିଏନ୍‌ଏରେ ରହିଛି। ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଜୀବନଶୈଳୀ ଯୋଗୁଁ ଲୋକମାନଙ୍କ ମଧ୍ୟରେ ପୋଷଣ ଅଭାବ ବଢ଼ିଚାଲିଛି। ଦୁଗ୍ଧ ଜରିଆରେ ସେହି ସେମାନଙ୍କ ପାଖରେ ଭିଟାମିନ୍‌ ଏ ଓ ଡି ସହଜରେ ପହଞ୍ଚାଇ ହେବ। ଆମ ଟିମ୍‌ ୬ ମାସର ଗବେଷଣା ଏବଂ କଠିନ ପରିଶ୍ରମ ଜରିଆରେ ମିଲ୍କି ମୁ ସୁପର୍‌କୁ ବିକଶିତ କରିଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ‘ଓଡ଼ିଶା ସୁପର ଫିଟ୍‌’ ନାମକ ଏକ ଟକ୍‌ ସୋ’ ମଧ୍ୟ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର