କୁଲ୍ କପ୍‌ରେ ମିଲ୍କମନ୍ତ୍ରର ଲସି ଓ ଘୋଳଦହି

ଭୁବନେଶ୍ବର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ମିଲ୍କ ମନ୍ତ୍ର କୁଲ୍ କପ୍‌ର ନୂଆ ପ୍ୟାକେଜିଂରେ ଲସି ଓ ଘୋଳଦହି ବଜାରରେ ଉପଲବ୍ଧ କରାଇଛି। ୨୦୦ ମି.ଲି. ପ୍ୟାକ୍‌ରେ ଆସିଥିବା ଏହି ଲସି ଓ ଘୋଳଦହି ୧୨ ଦିନ ପର୍ଯ୍ୟନ୍ତ ସତେଜ ରହିବ। ଏହାର ମୂଲ୍ୟ ଯଥାକ୍ରମେ ୧୫ ଟଙ୍କା ଓ ୧୨ ଟଙ୍କା ରହିଛି। ପାରମ୍ପରିକ ଭାବେ ଗ୍ଲାସରେ ଲସି ଓ ଘୋଳଦହି ପିଇବାର ଅଭ୍ୟାସକୁ ଦୃଷ୍ଟିରେ ରଖି କମ୍ପାନି ଏହାକୁ ଆଣିଛି। ଏହି ଲସି ଓ ଘୋଳଦହି ପ୍ରିମିୟମ କ୍ବାଲିଟି ଦହିରୁ ପ୍ରସ୍ତୁତ ହୋଇଛି ଏବଂ ଏଥିରେ କୌଣସି ପ୍ରିଜରେଭେଟିଭର ମିଶ୍ରଣ ହୋଇନାହିଁ ବୋଲି କମ୍ପାନିର ଗୁଣବତ୍ତା ଓ ଏନପିଡି ମୁଖ୍ୟ ଦେବାଶିଷ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର