କ୍ଷୀର ଟିକେ ପିଇବାକୁ ଦୁଇ ଲିଟର ପେଟ୍ରୋଲର ମୂଲ୍ୟ ଦେଉଛନ୍ତି ପାକିସ୍ତାନବାସୀ

ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି, ବିଶେଷ କରି ଖାଦ୍ୟ ସାମଗ୍ରୀରେ ସେଠାକାର ଲୋକମାନେ ଦରବୃଦ୍ଧିର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନୀ ଜନସାଧାରଣଙ୍କ ପାଇଁ ଅଟା ଏବଂ ଡାଲି କିଣିବା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛି | ସେଠାରେ ଦୁଗ୍ଧ ମୂଲ୍ୟ ବୃଦ୍ଧି ଯୋଗୁଁ ମଧ୍ୟ ଲୋକମାନେ ଅଧିକ ଅସୁବିଧାରେ ପଡ଼ିଛନ୍ତି। ଭାରତୀୟମାନେ ଯେତିକି ଟଙ୍କାରେ ଦୁଇ ଲିଟରରୁ ଅଧିକ ପେଟ୍ରୋଲ କିଣୁଛନ୍ତି ପାକିସ୍ତାନୀ ସମାନ ମୂଲ୍ୟରେ ଗୋଟିଏ ଲିଟର କ୍ଷୀର କିଣୁଛନ୍ତି। ଭାରତରେ ଦୁଇ ଲିଟର ପେଟ୍ରୋଲ ୨୧୦ ଟଙ୍କାରେ କିଣାଯାଉଥିବାବେଳେ ପାକିସ୍ତାନର ଲୋକମାନେ ଏହି ମୂଲ୍ୟରେ ଗୋଟିଏ ଲିଟର କ୍ଷୀର କିଣିବାକୁ ହିଁ ସକ୍ଷମ ।

ରିପୋର୍ଟ ଅନୁଯାୟୀ, ଆଜିକାଲି ପାକିସ୍ତାନ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛି, ଯେଉଁଠାରେ ଦରବୃଦ୍ଧି ଲୋକଙ୍କ ଅବସ୍ଥାକୁ ଆହୁରି ସଙ୍ଗୀନ କରିଦେଇଛି । କିଛି ସମୟ ପୂର୍ବରୁ ପଡୋଶୀ ଦେଶ ପାକିସ୍ତାନରେ ଦୁଗ୍ଧର ମୂଲ୍ୟ ଲିଟର ପିଛା ୧୦ ଟଙ୍କା ବୃଦ୍ଧି କରିଛନ୍ତି | ସେବେଠାରୁ ପାକିସ୍ତାନର ଲୋକମାନେ ଲିଟର ପିଛା ୨୧୦ ଟଙ୍କା ଦେଇ କ୍ଷୀର କିଣୁଛନ୍ତି। ପାକିସ୍ତାନରେ କେବଳ କ୍ଷୀରର ମୂଲ୍ୟ ନୁହେଁ, ଅଟା, ଚାଉଳ, ଡାଲି, କଦଳୀ ଏବଂ ଆପଲର ମୂଲ୍ୟ ମଧ୍ୟ ଦିନରାତି ଦ୍ୱିଗୁଣିତ ହୋଇଛି ।

ପାକିସ୍ତାନରେ ଏକ କିଲୋଗ୍ରାମ ଚାଉଳ ୨୦୦ ରୁ ୪୫୦ ଟଙ୍କା କିଲୋଗ୍ରାମରେ ବିକ୍ରି ହେଉଛି | ସେହିପରି ସେଓ କିଲୋଗ୍ରାମ ପିଛା ୧୫୦ ରୁ ୪୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି | ତେବେ ପାକିସ୍ତାନବାସୀଙ୍କ କଷ୍ଟ ଏତିକିରେ ସରୁନାହିଁ | ବିଶେଷଜ୍ଞଙ୍କ କହିବା ମୁତାବକ ପାକିସ୍ତାନରେ କ୍ଷୀର ଏବଂ ଖାଦ୍ୟ ସାମଗ୍ରୀର ଅଭାବ ଜିନିଷର ମୂଲ୍ୟ ଆହୁରି ବଢିପାରେ | ଯେଉଁଥିପାଇଁ ଭବିଷ୍ୟତରେ ଲୋକମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପାକିସ୍ତାନବାସୀଙ୍କୁ ଆଉ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର