ଯୁବାବର୍ଗ କାର କିଣିବା ଅପେକ୍ଷା ଓଲା, ଉବର ବ୍ୟବହାର କରିବା ପସନ୍ଦ କରୁଛନ୍ତି : ସୀତାରମଣ

ନୂଆଦିଲ୍ଲୀ : ଦେଶର ଅଟୋମୋବାଇଲ ଶିଳ୍ପ ଏବେ ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଗତ ଅଗଷ୍ଟ ମାସରେ ଦେଶରେ ଯାନବାହାନ ବିକ୍ରିରେ ୨୩.୫ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଘରୋଇ ବଜାରରେ ଯାତ୍ରୀବାହୀ ଯାନ ବିକ୍ରି ୩୧ ପ୍ରତିଶତ ହ୍ରାସ ପାଇ ୧,୯୬,୫୨୪ ୟୁନିଟରେ ପହଞ୍ଚିଛି । ତେବେ ଅଟୋମୋବାଇଲ ଶିଳ୍ପରେ ଦେଖାଦେଇଥିବା ଏହି ମାନ୍ଦାବସ୍ଥାର କାରଣ କଣ ?

ଅର୍ଥମନ୍ତ୍ର ନିର୍ମଳା ସୀତାରମଣ କହିଛନ୍ତି ଯେ ଆଜିକାଲି ଯୁବାବର୍ଗ କାର କିଣି ମାସିକ କିସ୍ତି ଭରିବାକୁ ପସନ୍ଦ କରୁନାହାନ୍ତି । କାର କିଣିବା ବଦଳରେ ସେମାନେ ଓଲା, ଉବର ଆଦିର ବ୍ୟବହାର କରୁଛନ୍ତି । ସେହିପରି ଦେଶରେ ବିଏସ-୪ ବଦଳରେ ବିଏସ-୬ ପ୍ରଦୂଷଣ ମାନକ ଲାଗୁ ହେଉଥିବାରୁ ଗାଡ଼ି ବିକ୍ରିରେ ଶିଥିଳତା ଦେଖାଦେଇଛି । ପ୍ରସ୍ତାବିତ ପଂଜୀକରଣ ଫି ବୃଦ୍ଧି ମଧ୍ୟ ଗାଡି ବିକ୍ରି ହ୍ରାସର ଏକ କାରଣ । ତେବେ ଆଗାମୀ ଦିନରେ ସରକାର ଏହି ଉଦ୍ୟୋଗର ଅଭିବୃଦ୍ଧି ପାଇଁ ଆଉ କେତେକ ପଦକ୍ଷେପ ଘୋଷଣା କରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର