ଇସ୍ପାତ ସହିତ ଖଣି ଶିଳ୍ପର ସମନ୍ବୟ ଆବଶ୍ୟକ

ଭୁବନେଶ୍ବର: ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ବି‌େଶଷଜ୍ଞମାନେ ଦେଶକୁ କ୍ୟାପିଟାଲ ଗୁଡ୍ସର ଏକ ଡିଜାଇନ ହବ୍‌ରେ ପରିଣତ କରିବା ପାଇଁ ପଦକ୍ଷେପ ନେବା ସହିତ ଖଣି ଶିଳ୍ପର ବିକାଶ ଉପରେ ଗୁରୁତ୍ବ ଦେବାକୁ ମତ ରଖିଛନ୍ତି। ଆଗାମୀ ଦିନରେ କିଭଳି ନିମ୍ନମାନର ଲୁହାପଥରକୁ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ କରାଯାଇ ପାରିବ ତାହା ଉପରେ କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ସରସ୍ବତୀ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଜେଏସ୍‌ଡବ୍ଲୁ ଷ୍ଟିଲ ଲିମିଟେଡର ଯୁଗ୍ମ ଏମ୍‌ଡି ତଥା ସିଆଇଆଇ ଇସ୍ପାତ ସଂକ୍ରାନ୍ତ ନ୍ୟାସନାଲ କମିଟିର ଅଧ୍ୟକ୍ଷ ଶେଷଗିରି ରାଓ ଏମଭିଏସ ସହ-ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଶେଷଜ୍ଞଭାବେ ଏଚଇସି ଲିମିଟେଡର ସିଏମ୍‌ଡି ଅଭିଜିତ ଘୋଷ, ଇଲେକଟ୍ରୋଥର୍ମ ଇଣ୍ଡିଆ ଲିମିଟେଡର ଏମଡି ଶୈଳେଶ ଭଣ୍ଡାରୀ, ସେଲ୍‌ର ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ବିଜନେସ ପ୍ଲାନିଂ) ଗଣେଶ ବିଶ୍ବକର୍ମା, ମେକନର ନିର୍ଦ୍ଦେଶକ (ବାଣିଜ୍ୟିକ) ଗୌତମ ଚାଟାର୍ଜୀ, ଭେଲ୍‌ର ନିର୍ଦ୍ଦେଶକ (ଆଇଏସ ଆଣ୍ଡ ପି)ର ଏସ. ବାଲକ୍ରିଷ୍ଣନ, ଆରଆଇଏନଏଲର ନିର୍ଦ୍ଦେଶକ (ବାଣିଜ୍ୟିକ) ପି ରାୟଚୌଧୁରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର