ଡିସେମ୍ବର ମାସ ଶେଷ ସୁଦ୍ଧା ବନ୍ଦ ହୋଇଯିବ କି ୨୦୦୦ ଟଙ୍କିଆ ନୋଟ? ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୩୧ତାରିଖ ଠାରୁ ୨୦୦୦ଟଙ୍କିଆ ବନ୍ଦ ହୋଇଯିବ ବୋଲି କିଛି ଖବର ବର୍ତ୍ତମାନ ସମୟରେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଖବରରେ କୁହାଯାଉଛି, ଦୁଇ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ  ଏବଂ ଏହା ବଦଳରେ ପୁଣି ଥରେ ୧୦୦୦ ଟଙ୍କିଆ ନୋଟ୍‌ ଜାରି କରାଯାଇପାରେ।

ଭାଇରାଲ ହେଉଥିବା ଏହି ଖବରରେ କେତେ ସତ୍ୟତା ରହିଛି ସେ ନେଇ ପ୍ରଶ୍ନ ଉଠୁଛି। ତେବେ ଏହି ପ୍ରସଙ୍ଗ ଏବେ  ସଂସଦ ପର୍ଯ୍ୟନ୍ତ ପହଞ୍ଚିଛି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ କହିଛନ୍ତି, ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହେବାର କୌଣସି ଯୋଜନା ନାହିଁ । ସୋସିଆଲ୍‌ ମିଡିଆରେ ଏସମ୍ବନ୍ଧିତ ଭାଇରାଲ ଖବର ଏକ ଗୁଜବ ଅଟେ। ଏବେ ବଜାରରେ ଯେମିତି ୨୦୦୦ ଟଙ୍କିଆ ନୋଟ୍‌ ଚାଲିଛି, ଆଗକୁ ମଧ୍ୟ ସେମିତି ଜାରି ରହିବ ।

ଅନୁରାଗ ଠାକୁରଙ୍କ ଏପରି ବୟାନ ପରେ ସ୍ପଷ୍ଟ ହୋଇଯାଇଛି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ଗୁଜବ ଅଟେ ।

ସମ୍ବନ୍ଧିତ ଖବର