ବଜେଟ୍ ପାଇଁ ଟିକସ ମତାମତ ଲୋଡ଼ିଲା ‌ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବଜେଟ୍ ପାଇଁ ପ୍ରସ୍ତୁତି ଗତମାସରୁ ଆରମ୍ଭ ହୋଇସାରିଛି। ଏହି ମର୍ମରେ ‌ଅର୍ଥ ମନ୍ତ୍ରାଳୟ ବିଭିନ୍ନ ବାଣିଜ୍ୟ ଏବଂ ଶିଳ୍ପ ସଂଘ ଠାରୁ ଟିକସ ଉପରେ ମତାମତ ଲୋଡ଼ିଛି। ଶୁଳ୍କ ଢାଞ୍ଚା, ହାରରେ ପରିବର୍ତ୍ତନ ସହିତ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସର ଆଧାରକୁ ବ୍ୟାପକ କରିବା ପାଇଁ କି ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଉପରେ ପରାମର୍ଶ ମଗାଯାଇଛି। ବିଭିନ୍ନ ଶିଳ୍ପସଂଘକୁ ଏ ନେଇ ଆହ୍ବାନ କରାଯାଇଛି। ନଭେମ୍ବର ୧୫ ସୁଦ୍ଧା ମତାମତ ପଠାଇବା ପାଇଁ କୁହାଯାଇଛି। ଅର୍ଥମନ୍ତ୍ରୀ ଫେବ୍ରୁଆରି ୧ ରେ ୨୦୨୨-ବଜେଟ୍ ଆଗତ କରିବା ଆଶା ରହିଛି।

ସମ୍ବନ୍ଧିତ ଖବର