ମିଶେଲିନ୍‌ ଟାୟାର କିଣିଲେ ମିଳିବ ପୁରସ୍କାର

ଭୁବନେଶ୍ୱର: ମିଶେଲିନ୍‌ ପକ୍ଷରୁ ଦୁଇ ଚକିଆ ଯାନ ଟାୟାର ବିକ୍ରି ଉପରେ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଉଛି। ଗ୍ରାହକମାନେ ଦୁଇଟି ଟାୟାର କିଣିଲେ ନିଶ୍ଚିତ ଉପହାର ପାଇବେ। ଏହି ଅଫର ଜୁନ୍‌ ୩୦ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ମିଶେଲିନ୍‌ର ସ୍ୱୀକୃତିପ୍ରାପ୍ତ ଡିଲର୍‌ଙ୍କଠାରୁ ଟାୟାର କିଣିଲେ ଏହି ସୁବିଧା ମିଳିବ। ଗ୍ରାହକଙ୍କୁ ୨୯୯ ଟଙ୍କା ପର୍ଯ୍ୟନ୍ତର ଯେକୌଣସି ଉପହାର ମିଳିବ। ଏହା ବ୍ୟତୀତ ସାପ୍ତାହିକ ପୁରସ୍କାର ଭାବେ ହୋଣ୍ଡା ଆକ୍ଟିଭା ମଧ୍ୟ ରହିଛି। ଗ୍ରାହକମାନେ ସାପ୍ତାହିକ, ମାସିକ ଓ ବମ୍ପର୍‌ ପୁରସ୍କାର ମଧ୍ୟ ପାଇବାର ସୁଯୋଗ ରହିଛି।

ସମ୍ବନ୍ଧିତ ଖବର