ମିତସୁବିସ୍‌ ଇଲେକ୍ଟ୍ରିକ୍‌ର ‘ଏମ୍‌ଇକ୍ୟୁ ହିରୋବା’ ଷ୍ଟୋର୍‌

ଭୁବନେଶ୍ୱର: ମିତସୁବିସ୍‌ ଇଲେକ୍ଟ୍ରିକ୍‌ ଇଣ୍ଡିଆ ପକ୍ଷରୁ ବ୍ରହ୍ମପୁରର ପଲଟନ ମସଜିଦ ପାଖ ମିଲିଟାରି ଲେନ୍‌ଠାରେ ସ୍ୱତନ୍ତ୍ର ଧରଣର ଏୟାର କଣ୍ଡିସନର୍‌ ଷ୍ଟୋର୍‌ ‘ଏମ୍‌ଇକ୍ୟୁ ହିରୋବା’ ଖୋଲାଯାଇଛି। ଏମ୍‌ଇକ୍ୟୁ ହେଉଛି ମିତସୁବିସ ଇଲେକ୍ଟ୍ରିକ୍‌ କ୍ୱାଲିଟି ଏବଂ ହିରୋବା ହେଉଛି ଏକ ଜାପାନି ଶବ୍ଦ ଯାହାର ଅର୍ଥ ହେଉଛି ଏକ ସାର୍ବଜନୀନ ସ୍ଥାନରେ ଲୋକମାନେ ଏକ୍ରତୀତ ହେବା। କଂପାନିର ଏସି ବ୍ୟବସାୟ ମୁଖ୍ୟ ତଥା ନିର୍ଦେଶକ ୟୋଜୋ ଇଟୋ କହିଛନ୍ତି ଯେ ଏହି ଷ୍ଟୋର୍‌ରେ କଂପାନିର ଏସିଗୁଡ଼ିକୁ ଡିସ୍‌ପ୍ଲେ ଏବଂ ବିକ୍ରି କରାଯିବ। ଗ୍ରାହକମାନେ ଏଠାରେ ପହଞ୍ଚିବ ଏସିଗୁଡ଼ିକୁ ଦେଖିବା ସହିତ ପରଖି ପାରିବେ ଏବଂ ସ୍ୱତନ୍ତ୍ର ବ୍ୟକ୍ତିଗତ ଅନୁଭୂତି ହାସଲ କରିପାରିବେ। କଂପାନିର ଏସି ବିକ୍ରି ଏବଂ ମାର୍କେଟିଂ ବିଭାଗର ମହାପ୍ରବନ୍ଧକ ନୀରଜ ଗୁପ୍ତା କହିଛନ୍ତି ଯେ ଏମ୍‌ଇକ୍ୟୁ ହିରୋବା ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନୂଆ ପ୍ରକାର ଅନୁଭୂତି ପ୍ରଦାନ କରିବ। ବିକ୍ରି, ସେବା ଏବଂ ମରାମତି କ୍ଷେତ୍ରରେ କଂପାନି ଅତୁଳନୀୟ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହି ଷ୍ଟୋର୍‌ରେ କଂପାନିର ସବୁ ପ୍ରକାର ଏସି ପ୍ରଦର୍ଶନ କରାଯିବ।

ସମ୍ବନ୍ଧିତ ଖବର