ନୂଆଦିଲ୍ଲୀ: ଆଇଟିସି, ପେପ୍ସି, ପତଞ୍ଜଳି, କୋକା-କୋଲା ଏବଂ ଅନ୍ୟ ଘରୋଇ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନିମାନେ ଭାରତର ଖାଦ୍ୟ ଓ କୃଷି କ୍ଷେତ୍ରରେ ୬୮,୦୦୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବିଶ୍ୱ ଖାଦ୍ୟ ୨୦୧୭ ଭାରତ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ୩ ଦିବସୀୟ ସମାରୋହର ପ୍ରଥମ ଦିନରେ ୧୩ଟି ଚକ୍ତି ସ୍ୱାକ୍ଷର ହୋଇଥିବା ଜଣାପଡ଼ିଛିା କେନ୍ଦ୍ର ଖାଦ୍ୟ ପ୍ରଶସ୍ତିକରଣ ମନ୍ତ୍ରୀ ହରସିମରତ କୌର ବାଦଳଙ୍କ କହିବା ଅନୁଯାଇ ଆଉ କିଛି ଦିନ ମଧ୍ୟରେ ଅନେକ ନୂଆ କମ୍ପାନି ଭାରତୀୟ ଖାଦ୍ୟ ବଜାରରେ ବ୍ୟବସାୟ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିମାନଙ୍କ ଦ୍ୱାରା ଚୁକ୍ତି କରିବା ଦ୍ୱାରା ଚାଷୀ ଉପକୃତ ହେବେ।
ପେପ୍ସିକୋ କହିବା ଅନୁଯାଇ, ଆଗାମୀ ପାଞ୍ଚବର୍ଷ ମଧ୍ୟରେ କମ୍ପାନି ତାର ଖାଦ୍ୟ ଓ ବ୍ୟାଭରେଜ ପ୍ଳାଣ୍ଟରେ ୧୩,୩୦୦ କୋଟି ଟଙ୍କା ନିବେଶ କରିବ । ସେହିପରି କୋକା-କୋଲା ମଧ୍ୟ ୧୧,୦୦୦ କୋଟି ଜୁସ୍ ପ୍ଳାଣ୍ଟ ଓ ବୋଟଲ ଉତ୍ପାଦନ ପାଇଁ ଭିତିଭୂମି କ୍ଷେତ୍ରରେ ବିନିଯୋଗ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/wfii.jpg)