ଭୁବନେଶ୍ୱର: ଫର୍ଣ୍ଣିଚର କମ୍ପାନି ମୋବେଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀସାଗର ଛକ ନିକଟ କ୍ରିଷ୍ଣା ବିଲ୍ଡମାର୍ଟ ପରିସରରେ ଏକ ଏକ୍ସକ୍ଲୁସିଭ ମେଗା ସୋ’ରୁମ୍ ଆଜି ଖୋଲିଛି। ଏହି ସୋରୁମ୍ରେ ଘରଠାରୁ ଆରମ୍ଭ କରି ଅଫିସରେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ଫର୍ଣ୍ଣିଚର ଉପଲବ୍ଧ କରାଯାଇଛି। ନିକଟ ଭବିଷ୍ୟତରେ କମ୍ପାନି ପଟିଆଠାରେ ଆଉ ଏକ ଷ୍ଟୋର ଖୋଲିବ ବୋଲି ମୋବେଲ ଫର୍ଣ୍ଣିଚରର ନିର୍ଦ୍ଦେଶକ ମନିଷ୍ ବିୟାନି ସୂଚନା ଦେଇଥିଲେ। ସୋରୁମ୍ ପକ୍ଷରୁ ଉଦ୍ଘାଟନ ଉପଲକ୍ଷେ ବିଭିନ୍ନ ଫଣ୍ଣିଚର ଉପରେ ୪୦% ପର୍ଯ୍ୟନ୍ତ ରିହାତି ଏବଂ ପ୍ରତ୍ୟେକ କ୍ରୟରେ ନିଶ୍ଚିତ ଉପହାର ପ୍ରଦାନ କରାଯାଉଛି। ଭୁବନେଶ୍ୱର ସମେତ ରାଉରକେଲା ଏବଂ ବାଲେଶ୍ୱରରେ ଏବେ କମ୍ପାନିର ସୋରୁମ୍ ଥିବାବେଳେ ଆଗାମୀ ଦିନରେ କମ୍ପାନି କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ସହରରେ ଶାଖା ଖୋଲିବା ଯୋଜନା ରଖିଛି ବୋଲି ଶ୍ରୀ ବିୟାନି ସୂଚନା ଦେଇଥିଲେ। ଏଥସହିତ କ୍ରିଷ୍ଣା ବିଲ୍ଡମାର୍ଟରେ ପ୍ରଥମକରି ଆରମ୍ଭ ହୋଇଛି ଗୃହ ନିର୍ମାଣର ସମସ୍ତ ଉପକରଣ ମଲ୍ । ଏଠାରେ ଗୋଟିଏ ଛାତତଳେ ରାଜଧାନୀବାସୀଙ୍କୁ ଗୃହ ନିର୍ମାଣର ସମସ୍ତ ସାମଗ୍ରୀ ଯଥା ଜାଗା, ଇଟା, ବାଲି, ରଡ, ସିମେଣ୍ଟ, ସାନିଟାରୀ, କାଠ, ଟାଇଲ ଓ ଫର୍ଣ୍ଣିଚର ଆଦି ମିଳିପାରିବ ବୋଲି କ୍ରିଷ୍ଣା ଗ୍ରୁପ୍ର ଚେୟାରମ୍ୟାନ୍ ପବିତ୍ର ରାଉତ ରାୟ କହିଛନ୍ତି। ଏହି ସୋ’ରୁମ୍କୁ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏବଂ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୋବେଲ୍ ଫର୍ଣ୍ଣିଚରର ସମ୍ରାଟ ରାୟ, ଓଡିଶା ମୁଖ୍ୟ ରାକେଶ ମହାପାତ୍ର ଏବଂ କଟକ ରୋଡ୍ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
‘ମୋବେଲ ଫର୍ଣ୍ଣିଚର୍’ର ନୂଆ ମେଗା ସୋ’ରୁମ୍
/sambad/media/post_attachments/wp-content/uploads/2018/05/mobel-furniture-PM.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)