ବର୍ତ୍ତମାନ ସମୟରେ ସ୍ମାର୍ଟଫୋନକୁ ଏକ ଅତ୍ୟାବଶ୍ୟକୀୟ ଜିନିଷ ବୋଲି କହିଲେ ବୋଧହୁଏ କିଛି ଅତ୍ୟୁକ୍ତି ହେବ ନାହିଁ। ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ସମସ୍ତଙ୍କ ପାଇଁ ମୋବାଇଲ ବର୍ତ୍ତମାନ ଜରୁରୀ ହୋଇପଡିଛି। ତେବେ ବ୍ୟସ୍ତବହୁଳ ଜୀବନରେ ଆମର ସାମାନ୍ୟମାତ୍ର ଅସାବଧାନତା କାରଣରୁ ଫୋନ ହଜି ଯିବାର ଭୟ ମଧ୍ୟ ରହିଛି। ଅନେକ ସମୟରେ ତ ଅଫିସ କିମ୍ବା ଦୋକାନ ଭିତରେ ବି ଆମେ ଆମର ଫୋନକୁ ଭୁଲି ଆସିଥାନ୍ତି ଆଉ ଏଭଳି ପରିସ୍ଥିତିରେ ଅଧିକାଂଶ ବ୍ୟବହାରକାରୀ ଅନ୍ୟ କୌଣସି ଫୋନ ଜରିଆରେ ରିଙ୍ଗ କରିଥାନ୍ତି ଏବଂ ସାଇଲେଂଟ ମୋଡରେ ଥିଲେ ଫୋନ ମିଳିବାରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଏଭଳି ମଜାଦାର ଆପ ରହିଛି। ଯାହାକୁ ଆପଣ ବ୍ୟବହାର କରି ଏଭଳି ଅସୁବିଧାରୁ ରକ୍ଷା ପାଇପାରିବେ। ଗୁଗଲ ପ୍ଲେଷ୍ଟୋରରେ ଉଲପବ୍ଧ ଥିବା ଉନ୍ନତମାନର ଆପ ଜରିଆରେ ଆପଣ ଏହି ସମସ୍ୟାର ସମାଧାନ ପାଇପାରିବେ। ଯାହାର ବ୍ୟବହାର ଆପଣ ସିଟି ଏବଂ ତାଳି ମାରି କରିପାରିବେ।
ଏହି ଆପ ତାଳିର ଶଦ୍ଦ ଶୁଣି ଫୋନ ଖୋଜିବାରେ ପୂରାପୂରି ସକ୍ଷମ। ଦାବି ରହିଛି କି, ଏହି ଆପ ବ୍ୟବହାରକାରୀଙ୍କର ତାଳି ଦ୍ୱାରା ସକ୍ରିୟ ହୋଇଥାଏ ଏବଂ ଜଣା ପଡିଯାଇଥାଏ କି ଆପଣଙ୍କର ଫୋନଟି କେଉଁଠି ରହିଛି। ତେବେ ଅଫିସ ହେଉ କି ଦୋକାନ ହେଉଁ ଫୋନ ହଜି ଯାଇଥିବା ଦିଗରେ ବ୍ୟବହାରକାରୀଙ୍କୁ ମାତ୍ର ୩ଟି ତାଳି ମାରିବାକୁ ପଡ଼ିବ। ଏଥିରେ ସାଉଣ୍ଡ, ଭାଇବ୍ରେଟ୍ ଏବଂ ଫ୍ଲାକ୍ସ ଆଲର୍ଟ ମୋଡ ଦିଆଯାଇଛି। ଯେତେବେଳେ ବ୍ୟବହାରକାରୀଙ୍କ ଫୋନ ସାଇଲେଂଟ ମୋଡରେ ଥିବ ସେତେବେଳେ ଏହି ଆପ ଆପଣା ଛାଏଁ କାମ କରିବା ଆରମ୍ଭ କରିଦେବ। ଯଦି ଏହା ପୂବରୁ କେଉଁଠି ତାଳି ବାଜୁଥିବ ତେବେ ଆପଣ ଏହାର ସେଟିଂକୁ ଯାଇ ‘କ୍ଲାପ ପଜ’ କରିପାରିବେ।
/sambad/media/post_attachments/wp-content/uploads/2018/02/unnamed-300x200.png)
ଏହି ଆପ ଜରିଆରେ ଆପଣ ସିଟି ମାରି ଆପଣଙ୍କର ହଜିଯାଇଥିବା ଫୋନଟିକୁ ଠାବ କରିପାରିବେ। ଆପଣ ଏହି ଆପ ଜରିଆରେ ଏକ ପସନ୍ଦିଆ ରିଙ୍ଗଟୋନ କିମ୍ବା ସାଉଣ୍ଡଫାଇଲ ବାଛି ନିଅନ୍ତୁ। ଫୋନ ହଜି ଗଲା ପରେ ଯେତେବେଳେ ଆପଣ ସିଟି ମାରିବେ ସେତେବେଳେ ଫୋନଟି ରିଙ୍ଗ କରିବ ଏବଂ ଆପଣଙ୍କର ଫୋନ ମିଳିଯିବ। ବଡ଼କଥା ହେଲା କି, ମ୍ୟୁଟ୍ ହୋଇଥିବା ସତ୍ୱେ ବି ଏହି ଆପଟି କାମ କରିଥାଏ। ଏହି ଆପଟିକୁ ଇନଷ୍ଟଲ କରିବା ପରେ ଆପଣଙ୍କୁ ସବୁବେଳେ ହୁଇସିଲ୍ ଡିଟେକସନ ଅନ କରିବାକୁ ହେବ ଏବଂ ଗୋଟିଏ ରିଙ୍ଗଟୋନ ବାଛିବାକୁ ପଡ଼ିବ। ତେବେ ଏହି ଆପଟି ଗୁଗଲ ପ୍ଲେଟେଷ୍ଟାରେ ଉପଲବ୍ଧ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/maxresdefault-1-1.jpg)