ମୁମ୍ବାଇ : ଦୃଷ୍ଟିହୀନ ବ୍ୟକ୍ତିମାନେ ଯେଭଳି ସହଜରେ ନୋଟ୍ଗୁଡ଼ିକୁ ଚିହ୍ନିପାରିବେ ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ନୂଆ ଆପ୍ ଅଣାଯାଇଛି। ଏହାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଉନ୍ମୋଚନ କରିଛନ୍ତି। ଏହି ଆପ୍ର ନାମ ହେଉଛି ‘ମୋବାଇଲ୍ ଏଡେଡ୍ ନୋଟ୍ ଆଇଡେଣ୍ଟିଫାୟାର’ (ମନି)। ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ରେ ଡାଉନ୍ଲୋଡ୍ ପାଇଁ ଉପଲବ୍ଧ ହୋଇଛି। ଏହି ଆପ୍ରେ ମହାତ୍ମା ଗାନ୍ଧୀ ସିରିଜ୍ର ନୋଟ୍ଗୁଡ଼ିକୁ ସହଜରେ ଚିହ୍ନିହେବ। ଦୃଷ୍ଟିହୀନ ବ୍ୟକ୍ତିମାନେ ଆପ୍କୁ ଖୋଲିବା ପରେ ମୋବାଇଲ୍ର ପଛ କ୍ୟାମେରା ସାମ୍ନାରେ ନୋଟ୍କୁ ରଖିବେ। ଏହା ପରେ ଅଡିଓ ଜରିଆରେ ନୋଟ୍ର ବିବରଣୀ ମିଳିବ। ଏହି ଆପ୍ରେ ଭାଷା ଚୟନ କରିବା, ଭଏସ୍ କମାଣ୍ଡ୍ ଦେବା ଓ ଚିହ୍ନଟ ହୋଇଥିବା ନୋଟ୍ଗୁଡ଼ିକର ବିବରଣୀ ୩୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିବାର ସୁବିଧା ରହିଛି।
ଆପ୍ରେ ନୋଟ୍ ଚିହ୍ନିବେ ଦୃଷ୍ଟିହୀନ
/sambad/media/post_attachments/wp-content/uploads/2020/01/rbi.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)