ପରୀକ୍ଷା ଚାପ କମ୍‌ କରିବ ଏହି ମୋବାଇଲ୍‌ ଆପ୍‌

ନୂଆଦିଲ୍ଲୀ: ଏବେ ପରୀକ୍ଷା ଋତୁ ଚାଲିଛି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ମାତା-ପିତାମାନଙ୍କ ପାଇଁ ଚିନ୍ତା ଓ ଉଦ୍‌ବେଗ ବଢ଼ି ଯାଇଥାଏ। ପରୀକ୍ଷା ସମୟରେ ଉଭୟ ପିଲାମାନଙ୍କର ଓ ଅଭିଭାବକଙ୍କର ରାହୁଥିବା ଚାପକୁ ଦୃଷ୍ଟିରେ ରଖି ଗୁଜୁରାଟର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ୍‌ ହେଲଥ୍‌ ଗାନ୍ଧୀନଗର ଦ୍ୱାରା ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଗୁଜୁରାଟ ସରକାର ସହଯୋଗରେ ଏକ ମୋବାଇଲ୍‌ ଆପ୍ଲିକେସନ୍‌ ଲଞ୍ଚ କରାଯାଇଛି। ଯାହାର ନାମ ‘କୋନ୍‌କେୟର ଏଗଜାମ୍‌ ବି ଏ ଓ୍ଵାରିଅର’ ରଖାଯାଇଛି। ଏହି ଆପ୍ଲିକେସନ୍‌ ପରୀକ୍ଷା ସମୟରେ ପିଲାଙ୍କ ଚିନ୍ତା, ଉଦ୍‌ବେଗ ଓ ଚାପକୁ ଦୂର କରିବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

‘କୋନ୍‌କେୟର ଏଗଜାମ୍‌ ବି ଏ ଓ୍ଵାରିଅର’ ମୋବାଇଲ୍‌ ଆପ୍ଲିକେସନକୁ ଏବେ କେବଳ ଇଂରାଜୀ ଭାଷାରେ ଲଞ୍ଚ କରାଯାଇଛି। ଖୁବ ଶୀଘ୍ର ଏହି ଆପ୍‌ ହିନ୍ଦୀ, ଗୁଜରାଟୀ ଓ ମରାଠୀ ଭାଷାରେ ବି ଆସିବ ବୋଲି ଡକ୍ଟର ସୋମେନ୍‌ ଶାହା, ଆଇଆଇପିଏଚଜିର ଆସୋସିଏଟ ପ୍ରୋଫେସର ଓ ପ୍ରିନ୍ସପାଲ ରିସର୍ଚ୍ଚର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର