ମୋବାଇଲ୍‌ରୁ ତଥ୍ୟ ଚୋରି କରୁଥିବା ଆପ୍‌ ଧରାପଡ଼ିଲା

ନୂଆଦିଲ୍ଲୀ: ଲୋକମାନଙ୍କ ସ୍ମାର୍ଟଫୋନ୍‌୍‌ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଥିବା ଏକ ଗୁପ୍ତଚର ଆପ୍‌କୁ ଧରିଛି ଗୁଗୁଲ୍‌। ଏହି ଆପ୍‌ର ନାମ ହେଉଛି ‘ଟିଜି’। ଏହା ମୋବାଇଲ୍‌ ଫୋନ୍‌ର କଲ୍‌ ରେକର୍ଡଠାରୁ ଆରମ୍ଭ କରି ଫେସବୁକ୍‌, ହ୍ଵାଟସ୍‌ଆପ୍‌ ଭଳି ସୋସିଆଲ୍‌ ମିଡିଆର ତଥ୍ୟ ଚୋରି କରୁଛି। ଏହା ଫୋନ୍‌ ଜରିଆରେ ଫଟୋ ମଧ୍ୟ ଉଠାଇପାରୁଛି। ଟିଜିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଗୋପନରେ ଫୋନ୍‌ରେ ଇନଷ୍ଟଲ୍‌ ହୋଇପାରୁଛି। ଗୁଗୁଲ୍‌ ପ୍ଲେ୍‌ ପ୍ରୋଟେକ୍ଟ ସିକ୍ୟୁରିଟି ଟିମ୍‌ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ଆପ୍‌କୁ ଠାବ କରାଯାଇଥିଲା। ଏହା ପରେ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ଏହି ଆପ୍‌କୁ ହଟାଇ ଦିଆଯାଇଥିଲା ଏବଂ ଆପ୍‌କୁ ବିକଶିତ କରିଥିବା ଡେଭେଲପର୍‌ଙ୍କ ଆକାଉଣ୍ଟ୍‌ ରଦ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର