ନୂଆଦିଲ୍ଲୀ: ଭାରତୀୟ ଟେଲିିକମ୍ ନିୟାମକ କତୃର୍ପକ୍ଷ (ଟ୍ରାଇ) ପକ୍ଷରୁ ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ଏମ୍ଏନ୍ପି) ସମୟ ସୀମାକୁ ହ୍ରାସ କରାଯାଇଛି।
ଗୋଟିଏ ସର୍କଲ୍ ଭିତରେ କରାଯାଉଥିବା ପୋର୍ଟିଂର ସମୟ ସୀମାକୁ ୨ ଦିନକୁ ହ୍ରାସ କରାଯାଇଛି। ଗୋଟିଏ ସର୍କଲ୍ରୁ ଅନ୍ୟ ସର୍କଲ୍କୁ ପୋର୍ଟିଂ ପାଇଁ ସମୟ ସୀମାକୁ ୪ ଦିନକୁ ହ୍ରାସ କରାଯାଇଛି। ଧାର୍ଯ୍ୟ ସମୟ ସୀମା ଭିତରେ ପୋର୍ଟିଂ ଅନୁରୋଧର ସମାଧାନ ନକଲେ ମୋବାଇଲ୍ କଂପାନିଗୁଡ଼ିକ ଉପରେ ଆର୍ଥିକ ଦଣ୍ଡ ଲଗାଯିବ ବୋଲି ଟ୍ରାଇ କହିଛି। ପୋର୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଷୟରେ ୨୪ ଘଣ୍ଟା ଭିତରେ ଗ୍ରାହକଙ୍କୁ ଟେକ୍ସଟ୍ ସୂଚନା ଦେବାକୁ ହେବ। ଏହି ନିୟମର ଉଲ୍ଲଘଂନ ହେଲେ ୫୦୦୦ ଟଙ୍କା ଜରିମାନା ଲାଗିବ। ଯଦି ବେଆଇନ ଭାବେ ଗ୍ରାହକଙ୍କ ପୋର୍ଟିଂ ଅନୁରୋଧକୁ କଂପାନି ପ୍ରତ୍ୟାଖ୍ୟାନ କରିଥିବ ତେବେ ୧୦ ହଜାର ଟଙ୍କାର ଜରିମାନା ଗଣିବ।
୨୦୧୭ ଏପ୍ରିଲ୍ରୁ ୨୦୧୮ ମେ’ ମଧ୍ୟରେ ୪୫% ପୋର୍ଟିଂ ଅନୁରୋଧକୁ ମୋବାଇଲ୍ କଂପାନିଗୁଡ଼ିକ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର ଦୁଇଟି ପ୍ରମୁଖ କାରଣ ଥିଲା ଭୁଲ୍ ପୋର୍ଟିଂ କୋଡ୍ ଓ ଇନ୍ଭାଲିଡ୍/ଏକ୍ସପାୟରି କୋଡ୍। ଯେହେତୁ ପୋଟିଂ କ୍ଷେତ୍ରରେ କୌଣସି ସୁଧାର ପରିଲକ୍ଷିତ ହେଉନାହିଁ ସେଥିପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି। ଦେଶରେ ଏୟାରସେଲ୍, ଟେଲିନର୍ ଓ ରିଲାଏନ୍ସ ଭଳି ବଡ଼ କଂପାନି ବନ୍ଦ ହୋଇଯିବା ପରେ ବିପୁଳ ପରିମାଣର ପୋର୍ଟିଂ ଅନୁରୋଧ ଆସିଥିଲା। ସେଥି ମଧ୍ୟରୁ ଅଧିକାଂଶ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଗ୍ରାହକମାନେ ବହୁତ ଅସୁବିଧା ସାମ୍ନା କରିଥିଲେ। ମୋବାଇଲ୍ ନମ୍ବର ପୋର୍ଟିଂରେ ନମ୍ବର ଅପରିବର୍ତ୍ତିତ ରଖି କଂପାନି ବଦଳାଇ ହେଉଛି।
ଦୁଇ ଦିନରେ ହେବ ମୋବାଇଲ୍ ନମ୍ବର ପୋର୍ଟିଂ
/sambad/media/post_attachments/wp-content/uploads/2018/09/tower-kgjF-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)