ନୂଆଦିଲ୍ଲୀ: ସରକାର ଏଣିକି ବିଭିନ୍ନ କ୍ଷେତ୍ରରେ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିଦେଇଛନ୍ତି। ତେବେ ଏବେ ସମସ୍ତେ ନିଜର ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ଫୋନ୍ ନମ୍ବର ସହିତ ଆଧାର ସଂଯୋଗ କରିବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛନ୍ତି। କାରଣ ଏହି ସଂଯୋଗର ସମୟ ସୀମା ଡିସେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲା।
/sambad/media/post_attachments/wp-content/uploads/2017/11/uid_559_032417010523.jpg)
ସରକାର ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ସମସ୍ତ ମୋବାଇଲ ଉପଭୋକ୍ତାଙ୍କୁ ଆଶ୍ୱସନା ଦେଇ କହିଛନ୍ତି, ଏଣିକି ମୋବାଇଲ ଉପଭୋକ୍ତାଙ୍କ ମୋବାଇଲ ନମ୍ବର ସହିତ ଆଧାର ସଂଯୋଗ ନକଲେ ବି ତାଙ୍କ ସିମ୍ ସକ୍ରିୟ ରହିବ । ଦୂରସଞ୍ଚାର ବିଭାଗର ସଚିବ ଅରୁଣ ସୁନ୍ଦରରାଜନ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଦୂରସଞ୍ଚାର ବିଭାଗ ଆଧାର ନେଟଓ୍ଵାର୍କ ଉପରେ ସେହି ଲୋକଙ୍କ ଉପରେ ବିଚାର କରିଛି, ଯେଉଁମାନେ ନିଜର ଫୋନ ନମ୍ବର ସହିତ ଆଧାର ସଂଯୋଗ କରିବାକୁ ଚାହୁଁ ନାହାନ୍ତି। ବର୍ତ୍ତମାନ ୟୁଆଇଡିଏଆଇ ସହିତ ମୋବାଇଲ ନମ୍ବର ସଂଯୋଗ କରିବାର କୌଣସି ଯୋଜନା ନାହିଁ । ଆମେ ସେହି ଲୋକମାନଙ୍କ ଉପରେ କାମ କରୁଛି ଯେଉଁମାନେ କି ବିଦେଶରେ ଅଛନ୍ତି, ବିଦେଶରେ ଥିବା ଲୋକମାନଙ୍କ ଫୋନ୍ ନମ୍ବର ସହିତ ଆଧାର ଲିଙ୍କ୍ କରିବାରେ ଆମେ ସାହାଯ୍ୟ କରୁଛି ବୋଲି କହିଛନ୍ତି ଅରୁଣ ସୁନ୍ଦରରାଜନ।
/sambad/media/post_attachments/wp-content/uploads/2017/11/636980-smartphonegames.jpg)
ସରକାରଙ୍କ ଉଦ୍ଦେଶ୍ୟ ମୋବାଇଲ ନମ୍ବରକୁ ସକ୍ରିୟ ରଖିବା, ନିଷ୍କ୍ରିୟ କରିବା ନୁହେଁ। ଯେପରି କୌଣସି ନମ୍ବରର ଦୂରୁପଯୋଗ ନହେଉ ତାହା ଉପରେ ହିଁ ଆମେ ଅଙ୍କୁଶ ଲଗାଇବାକୁ ଚାହୁଁଛୁ । ଦୂରସଞ୍ଚାର ବିଭାଗ ମୋବାଇଲ ଉପଭୋକ୍ତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୋବାଇଲ ନମ୍ବରର ରି-ଭେରିଫିକେସନ୍କୁ ସହଜ କରି ଦେଇଛି। ଏଣିକି ଉପଭୋକ୍ତା ଟେଲିକମ୍ ରିଟେଲ ଆଉଟଲେଟକୁ ନ ଯାଇ ମୋବାଇଲ ନମ୍ବର ରି-ଭେରିଫିକେସନ୍ କରିପାରିବେ।
ଅନ୍ୟପକ୍ଷରେ ଦୁରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ମୋବାଇଲ ନମ୍ବରକୁ ସକ୍ରିୟ ରଖିବା, ନିଷ୍କ୍ରିୟ କରିବା ନୁହେଁ। ଯେପରି କୌଣସି ନମ୍ବରର ଦୂରୁପଯୋଗ ନହେଉ ତାହା ଉପରେ ହିଁ ଆମେ ଅଙ୍କୁଶ ଲଗାଇବାକୁ ଚାହୁଁଛୁ । ଦୂରସଞ୍ଚାର ବିଭାଗ ମୋବାଇଲ ଉପଭୋକ୍ତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୋବାଇଲ ନମ୍ବରର ରି-ଭେରିଫିକେସନ୍କୁ ସହଜ କରି ଦେଇଛି। ଏଣିକି ଉପଭୋକ୍ତା ଟେଲିକମ୍ ରିଟେଲ ଆଉଟଲେଟକୁ ନ ଯାଇ ମୋବାଇଲ ନମ୍ବର ରି-ଭେରିଫିକେସନ୍ କରିପାରିବେ।
ୟୁଆଇଡିଏଆଇ ପୂର୍ବରୁ ସୂଚନା ଦେଇ କହିଛି ଯେ, ଡିସେମ୍ବର ୧ ସୁଦ୍ଧା ମୋବାଇଲ ଉପଭୋକ୍ତା ମୋବାଇଲ ରିଟେଲ ଆଉଟଲେଟସ୍କୁ ନ ଯାଇ ଓ୍ଵାନ୍ ଟାଇମ୍ ପାସ୍ଓ୍ଵାର୍ଡ ଦ୍ୱାରା ନମ୍ବରକୁ ରି-ଭେରିଫାଏ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/641601_thump-1.jpg)