୧୫,୦୦୦ଟଙ୍କା ମଧ୍ୟରେ ମିଳୁଥିବା ଏହି ୩ଟି ଡୁଆଲ କ୍ୟାମେରା ସ୍ମାର୍ଟଫୋନର ବଜାର ଚାହିଦା ରହିଛି

ନୂଆଦିଲ୍ଲୀ: ଯଦି ଆପଣ ନୂଆ ସ୍ମାର୍ଟ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆମେ ଆପଣଙ୍କୁ ୩ଟି ସ୍ମାର୍ଟଫୋନର ତାଲିିକା ଦେଇଛୁ । ଯେଉଁ ଥିରେ ଡୁଆଲ କ୍ୟାମେରା ରହିଛି ଓ ଯାହାର ମୁଲ୍ୟ ୧୫,୦୦୦ ଟଙ୍କାରୁୁ ବି କମ୍‌ । ଆପଣଙ୍କ ଜଣାଇ ଦେବାକୁ ଚାହୁଁଛୁ ଡୁଆଲ ରିୟର କ୍ୟାମେରାର ଚାହିଦା ଏବେ ବଜାରରେ ଖୁବ୍‌ ଅଧିକ ରହିଛି । ଏହି କ୍ୟାମେରାରେ ଡିଏସ୍‌ଏଲାର କ୍ୟାମେରା ପରି ଫଟୋ ଉଠୁଥିବାରୁ ଯୁବପିଢିଙ୍କ ଏହା ଏବେ ପ୍ରଥମ ପସନ୍ଦ ।

୧. ରେଡ ମି ନୋଟ୍‌ ୫ ପ୍ରୋ

ରେଡ ମି ନୋଟ୍‌ ୫ ପ୍ରୋରେ ଡୁଆଲ କ୍ୟାମେରାର ସୁବିଧା ଦିଆଯାଉଛି । ଏହା ଦେଖିବା ପାଇଁ iphone x ଭଳିି ଦେଖାଯାଉଛି । ଏଥିରେ ଗୋଟିଏ ଲେନ୍ସ ୧୨ ମେଗାପିକ୍‌ସେଲ ଓ ଆପିୟର f/୨.୨ ଥିବା ବେଳେ ଅନ୍ୟ ଲେନ୍ସଟି ୫ ମେଗାପିକ୍ସେଲ ଓ ଏହାର ଆପିୟର f/୨.୦ ରହିଛି । ଆପଣ ଏଥିରେ ଫୁଲ ଏଚ୍‌ଡି ଭିଡିଓ ରେକର୍ଡିଂ ମଧ୍ୟ କରିପାରିବେ । ସେଲଫି ପାଇଁ ୨୦ ମେଗାପିକ୍‌ସେଲର ଫ୍ରଣ୍ଟ କ୍ୟାମେରା ସହ ଫ୍ଲାସ ଲାଇଟ ମଧ୍ୟ ରହିଛି । ଏହାର ମୂଲ୍ୟ ୧୪,୯୯୯ (୪ଜିବି+୬୪ଜିବି)

GeekBuying

୨.ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଜେ-୭ ଡୁଓ

ଗ୍ୟାଲେକ୍ସି ଜେ-୭ ଡୁଓରେ ଡୁଆଲ କ୍ୟାମେରା ଅଛି । ଏହାର ପ୍ରଥମ କ୍ୟାମେରା ୧୩ ମେଗାପିକ୍‌ସେଲ ଥିବା ବେଲେ ଦ୍ୱିତୀୟଟି ୫ ମେଗାପିକ୍‌ସେଲ ସହ ଫ୍ଳାସ ଲାଇଟ ରହିଛି । ଅନ୍ୟପଟେ ଏହାର ଫ୍ରଣ୍ଟ କ୍ୟାମେରା ୮ ମେଗାପିକ୍‌ସେଲ ସହ ଏଲଇଡି ଫ୍ଳାସ ରହିଛି । ଏହାର ମୂଲ୍ୟ ୧୨,୯୯୦ ।

NDTV Gadgets

୩. ଅନର-୯ଏନ୍‌

ଫଟୋ ଉଠାଇବା ପାଇଁ ଅନର-୯ ଏନ୍‌ରେ ଡୁଆଲ କ୍ୟାମେରାର ସୁବିଧା ରହିଛି । ଏଥିରେ ଗୋଟିଏ ସେନସର ୧୩ ମେଗାପିକ୍‌ସେଲ ଥିବା ବେଳେ ଅନ୍ୟ କ୍ୟାମେରା ୨ ମେଗାପିକ୍‌ସେଲ ଥିବାବେଳେ ଦୁଇଟି ଲେନ୍ସର ଆପିୟର f/2.2 ରହିଛି । ସେଲ୍‌ଫି ପାଇଁ ଏଥିରେ ଅନେକ ଫିଚର ରହିଛି । ଏହାର ସେଲ୍‌ଫି କ୍ୟାମେରା ୧୬ ମେଗାପିକ୍‌ସେଲ ଅଟେ । ଏହି ସ୍ମାର୍ଟଫୋନର ମୂଲ୍ୟ ୧୩,୯୯୯(୪ଜିବି+୬୪ଜିବି)। ଏହାର ଦୁଇଟି ଭାରିଆଣ୍ଟ ରହିଛି ।

The Mobile Indian
ସମ୍ବନ୍ଧିତ ଖବର