ନୂଆଦିଲ୍ଲୀ: ମୋବାଇଲ୍‌ ଦେଖିବାରେ ଅଭ୍ୟସ୍ତ ହୋଇପଡ଼ିଥିବା ସାଧାରଣ ଜନତାଙ୍କ ପକେଟ୍‌ ଆହୁରି ଫାଙ୍କା ହେବ। ମୋବାଇଲ୍‌ ରିଚାର୍ଜ ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଗତ କିଛି ମାସ ଭିତରେ ନୂଆ ମୋବାଇଲ୍‌ ଗ୍ରାହକ ସଂଖ୍ୟା ବଢ଼ିଥିବାରୁ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ଦାମ୍‌ରେ ୧୦-୧୨ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ବର୍ଷ ଶେଷ ସୁଦ୍ଧା ଏହି ଘୋଷଣା ହେବାର ସମ୍ଭାବନା ରହିଛି।

Advertisment

ଗତବର୍ଷ ଜୁଲାଇରେ ରିଚାର୍ଜ ମୂଲ୍ୟ ୧୧-୨୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିଲା। ତେବେ ଆଗାମୀ ଦିନରେ ଦରରେ ଯେଉଁ ବୃଦ୍ଧି ଘଟିବ ତାହା ମଧ୍ୟମ ଓ ପ୍ରିମିୟମ୍ ପ୍ଲାନ୍‌ରେ ବଢ଼ିବ।  କାରଣ ସର୍ବନିମ୍ନ ରିଚାର୍ଜ ମୂଲ୍ୟ‌ ଯଥେଷ୍ଟ ବଢ଼ିଛି। ସେଥିରେ ଆହୁରି ବୃଦ୍ଧି ହେଲେ ଗ୍ରାହକମାନେ ସେବାଠାରୁ ଦୂରେଇ ଯିବାର ଆଶଙ୍କା ରହିଛି। ଟେଲିକମ୍ କମ୍ପାନିଗୁଡ଼ିକ ସେମାନଙ୍କ ରିଚାର୍ଜ ପ୍ଲାନ୍‌କୁ ୫ଜି ଅନୁସାରେ ପ୍ରସ୍ତୁତ କରିବାକୁ ଚାହୁଛନ୍ତି।