ଭୁବନେଶ୍ବର: ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧,୫୮,୧୫୧ ବୃଦ୍ଧି ଘଟିଛି। ଫଳରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୩ ଲକ୍ଷ ୪୬ ହଜାର ୯୮କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ ମୋବାଇଲ୍ ସେବା ପ୍ରଦାନ କରୁଥିବା ଚାରିଟି କମ୍ପାନି ମଧ୍ୟରୁ ତିନିଟି କମ୍ପାନି ୨୦୨୪ ଡିସେମ୍ବରରେ ନିଜ ଗ୍ରାହକ ବଢ଼ାଇଥିବା ବେଳେ ଗୋଟିଏ କମ୍ପାନି ପୁରୁଣା ଗ୍ରାହକ ହରାଇଛି। ରିଲାଏନ୍ସ ଜିଓ ସର୍ବାଧିକ ୧,୩୪,୪୦୩ ନୂଆ ଗ୍ରାହକ ଯୋଡ଼ିଛି। ଫଳରେ ଓଡ଼ିଶାରେ ଏହାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ କୋଟି ୫୬ ଲକ୍ଷ ୫୬ ହଜାର ୬୩୨କୁ ବୃଦ୍ଧି ପାଇଛି। ଭାରତ ଏୟାରଟେଲ୍ ୧୮,୪୨୩ ନୂଆ ଗ୍ରାହକ ଯୋଡ଼ିବାରୁ ଏହାର ମୋଟ୍ ଗ୍ରାହକ ପରିମାଣ ୧ କୋଟି ୧୭ ଲକ୍ଷ ୩୭ ହଜାର ୭୦୫କୁ ବୃଦ୍ଧି ପାଇଛି। ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଗତ ଡିସେମ୍ବରରେ ୯୪୯୭ ନୂଆ ଗ୍ରାହକ ସୃଷ୍ଟି କରିଛି। ଏହାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୭୩ ହଜାର ୩୨୧ ରହିଛି। କେବଳ ଭୋଡାଫୋନ୍ ଆଇଡିଆ ଏହି ମାସରେ ୪୧୭୨ ଜଣ ପୁରୁଣା ଗ୍ରାହକଙ୍କୁ ହରାଇବାରୁ ଏହାର ମୋଟ୍ ଗ୍ରାହକ ସଂଖ୍ୟା ୧୩ ଲକ୍ଷ ୭୮ ହଜାର ୪୪୦କୁ ହ୍ରାସ ପାଇଛି।
ମୋବାଇଲ୍ ଗ୍ରାହକ ଲକ୍ଷେ ୫୮ ହଜାର ବଢ଼ିଲେ: ତିନି କମ୍ପାନି ଯୋଡ଼ିଲେ, ଗୋଟିଏ ହରାଇଲା
ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧,୫୮,୧୫୧ ବୃଦ୍ଧି ଘଟିଛି। ଫଳରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୩ ଲକ୍ଷ ୪୬ ହଜାର ୯୮କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/10/mobile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)