ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାରା ଦେଶରେ କେବଳ ଓଡ଼ିଶାରେ ମୋବାଇଲ୍ ଗ୍ରାହକ ବଢ଼ିଥିଲେ। ଅନ୍ୟ ସବୁ ରାଜ୍ୟରେ ଗ୍ରାହକ କମିଛନ୍ତି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ସେପ୍ଟେମ୍ବର ମାସରେ ଦେଶ କୋଟିଏରୁ ଅଧିକ ଗ୍ରାହକଙ୍କୁ ହରାଇଛି। କେବଳ ଓଡ଼ିଶାରେ ୧,୩୩,୪୬୩ ଜଣ ଗ୍ରାହକ ବଢ଼ିଛନ୍ତି। ଟ୍ରାଇ ରିପୋର୍ଟ ଅନୁସାରେ ପଞ୍ଜାବ ଏହାର ୨.୧୩ ପ୍ରତିଶତ ଗ୍ରାହକଙ୍କୁ ସେପ୍ଟେମ୍ବର ମାସରେ ହରାଇଥିବା ବେଳେ କୋଲକାତା ୧.୯୯ ପ୍ରତିଶତ ମୋବାଇଲ୍ ଗ୍ରାହକଙ୍କୁ ହରାଇଛନ୍ତି। ଆଲୋଚ୍ୟ ମାସରେ ଓଡ଼ିଶାରେ ଏୟାରଟେଲ୍, ବିଏସ୍ଏନ୍ଏଲ୍ ଓ ଭୋଡାଫୋନ୍ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ରିଲାଏନ୍ସ ଜିଓ ବହୁ ଗ୍ରାହକଙ୍କୁ ହରାଇଛି। ଏୟାରଟେଲ୍ ସର୍ବାଧିକ ୨,୩୧,୩୪୧ ନୂଆ ଗ୍ରାହକ ଯୋଡ଼ିଛି। ସେହି ସମୟରେ ଜିଓ ୧,୬୧,୦୮୨ ଗ୍ରାହକଙ୍କୁ ହରାଇଛି। ବିଏସ୍ଏନ୍ଏଲ୍ ୬୨,୧୭୬ ନୂଆ ଗ୍ରାହକ ପାଇଛି। ଭୋଡାଫୋନ୍ ଆଇଡିଆରେ ୧୦୨୮ ଗ୍ରାହକ ଯୋଡ଼ିହୋଇଛନ୍ତି। ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୦ ଲକ୍ଷ ୮୦ ହଜାର ୬୨୬କୁ ବୃଦ୍ଧି ପାଇଛି।
କେବଳ ଓଡ଼ିଶାରେ ବଢ଼ିଲେ ମୋବାଇଲ୍ ଗ୍ରାହକ
ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାରା ଦେଶରେ କେବଳ ଓଡ଼ିଶାରେ ମୋବାଇଲ୍ ଗ୍ରାହକ ବଢ଼ିଥିଲେ। ଅନ୍ୟ ସବୁ ରାଜ୍ୟରେ ଗ୍ରାହକ କମିଛନ୍ତି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/10/mobile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)