ମୁମ୍ବାଇ: ଅଭିନବ ଚିନ୍ତାଧାରାକୁ ପ୍ରଶଂସା କରିବାରେ ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଏବେ ସେ ଏକ ଭ୍ରାମ୍ୟମାଣ ବିବାହ ମଣ୍ଡପର ଭିଡିଓକୁ ସୋସିଆଲ୍ ମିଡିଆ ଜାରି କରିଛନ୍ତି। ଏକ ଟ୍ରକ୍ ଉପରେ ସେହି ବିବାହ ମଣ୍ଡପ ରହିଛି। ଟ୍ରକ୍ର ପଛ ପାର୍ଶ୍ବରେ ରହିଛି ଏକ ୪୦ ମିଟର ଲମ୍ବା କଣ୍ଟେନର। ସେହି କେଣ୍ଟନରକୁ ଖୋଲି ୩୦ ଫୁଟ ଚଉଡ଼ା କରାଯାଇପାରୁଛି। ସମ୍ପୂର୍ଣ୍ଣ ରୂପେ ଖୋଲି ତାହାକୁ ବିବାହ ମଣ୍ଡପରେ ପରିଣତ କରିବା ପରେ ତାହା ଏକ ୧୨୦୦ ବର୍ଗଫୁଟର ମଣ୍ଡଳ ସହ ସମାନ ହେଉଛି। ଏଭଳି ଚମତ୍କାର ଚିନ୍ତାଧାରାକୁ ନେଇ ବିବାହ ମଣ୍ଡପ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ଭେଟିବା ପାଇଁ ମହିନ୍ଦ୍ରା ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଭ୍ରାମ୍ୟମାଣ ବିବାହ ମଣ୍ଡପର ବଡ଼ ଆକର୍ଷଣ ହେଉଛି ତାହା ପରିବେଶ ମିତବ୍ୟୟୀ। ଜନସଂଖ୍ୟା ବହୁଳ ଦେଶ ଭାରତରେ ସ୍ଥାନାଭାବ ସମସ୍ୟାର ଏହା ଏକ ସ୍ଥାୟୀ ସମାଧାନ ବୋଲି ମହିନ୍ଦ୍ରା କହିଛନ୍ତି। ସେହି ବିବାହ ମଣ୍ଡପରେ ୨୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରୁଛି। ଦୁଇଟି ଏସି ସେଥିରେ ବ୍ୟବହାର କରାଯାଇଛି। ଯେକୌଣସି ଖୋଲା ସ୍ଥାନରେ ସେହି ଟ୍ରକ୍କୁ ରଖି ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହଜରେ ଆୟୋଜନ କରାଯାଇପାରୁଛି। ବିଶେଷ କରି ବର୍ଷା ଋତୁରେ ତାହା ବିଶେଷ ସହାୟକ ହେଉଛି।
ଟ୍ରକ୍ରେ ଭ୍ରାମ୍ୟମାଣ ବିବାହ ମଣ୍ଡପ: ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2022/09/f54h65sf4h65fs4hsf654h65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)