ଘରୋଇକରଣ ସପକ୍ଷରେ ମୋଦୀଙ୍କ ବଡ଼ ବୟାନ : ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ

 ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ସପକ୍ଷରେ ଆଜି ଏକ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ । ୧୦୦ଟି ରାଷ୍ଟ୍ରାୟତ୍ତ ସଂପତ୍ତିର ଘରୋଇକରଣ କରାଯିବ । 

ପୁଞ୍ଜିପ୍ରତ୍ୟାହାର ସମ୍ପର୍କରେ ଏକ ଓ୍ବେବିନାରରେ ଯୋଗଦେଇ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ବ୍ୟବସାୟ ଜଗତକୁ ସହାୟତା କରିବାକୁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ନିଜେ ସରକାର ବ୍ୟବସାୟ ଚଳାଇବା ଆଜିର ଯୁଗର ଆବଶ୍ୟକତା ନୁହେଁ । ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ । ବ୍ୟବସାୟ କରିବା ବଦଳରେ ସରକାର ଜନକଲ୍ୟାଣମୂଳକ କାର୍ଯ୍ୟରେ ଫୋକସ କରିବା ଆବଶ୍ୟକ ।

ସେ କହିଛନ୍ତି ଯେ ଦେଶରେ ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷତିରେ ଚାଲୁଛି । ଏହା ସରକାର ଓ ଦେଶର ଅର୍ଥନୀତି ପାଇଁ ଏକ ବୋଝ ହୋଇଯାଇଛି ।  ପ୍ରାୟ ୧୦୦ଟି ରାଷ୍ଟ୍ରାୟତ୍ତ ସଂସ୍ଥା କିମ୍ବା ସଂପତ୍ତିର ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଗୁଡ଼ିକ ମାଧ୍ୟମରେ ଘରୋଇ କ୍ଷେତ୍ରରୁ ପ୍ରାୟ ୨.୫ ଲକ୍ଷ କୋଟିର ନିବେଶ ଆସିବ ।

ମୋଦୀ କହିଛନ୍ତି ଯେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାରରୁ ମିଳିବାକୁ ଥିବା ଅର୍ଥକୁ ଜନକଲ୍ୟାଣକର କାମରେ ବିନିଯୋଗ କରାଯିବ ।

 

ସମ୍ବନ୍ଧିତ ଖବର