ବେକାରି ସମସ୍ୟାକୁ ଗ୍ରହଣ କରୁନାହାନ୍ତି ମୋଦି: ରାହୁଲ

ନୂଆଦଲ୍ଲୀ: ଦେଶରେ ବେକାରି ସମସ୍ୟାକୁ ନରେନ୍ଦ୍ର ମୋଦୀ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ବେକାରି ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବା ଉଚିତ ବୋଲି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀ କହିଛନ୍ତି। ଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବେକାରି ପ୍ରସଙ୍ଗରେ ରାହୁଲ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିଯୁକ୍ତି ସୃଷ୍ଟିରେ ସରକାର ବିଫଳ ହୋଇଛନ୍ତି ଦର୍ଶାଇବାକୁ ଯାଇ ରାହୁଲ ଚୀନର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ଭାରତର ଜନସଂଖ୍ୟା ୧୨୦ କୋଟିରୁ ଅଧିକ। କିନ୍ତୁ ଭାରତ ପ୍ରତି ୨୪ ଘଣ୍ଟାରେ ୪୫୦ ନିଯୁକ୍ତି ସୃଷ୍ଟି କରୁଥିବାବେଳେ ଚୀନ୍ ୨୪ ଘଣ୍ଟାରେ ୫୦ ହଜାର ନିଯୁକ୍ତି ସୃଷ୍ଟି କରୁଛି। ଏହା ତାଙ୍କର ନିଜସ୍ବ ତଥ୍ୟ ନୁହେଁ। ବରଂ ଲୋକସଭାରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର