ଫେବୃୟାରୀ ୨୦ ଠାରୁ ଶସ୍ତାରେ କିଣିପାରିବେ ଘର !

ନୂଆଦିଲ୍ଲୀ : ନିଜର ଏକ ଘର ତିଆରି କରିବା ହେଉ କି କିଣିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏ ସ୍ୱପ୍ନ ପୂରଣ ହୋଇପାରେନି । ତେବେ ମୋଦି ସରକାରଙ୍କ କିଛି ନିଷ୍ପତ୍ତି ଯୋଗୁଁ ରିୟଲ ଇଷ୍ଟେଟ ସେକ୍ଟରରେ ଘର ମୂଲ୍ୟ କିଛିକାଂଶରେ କମିଛି । ଏବେ ସରକାରଙ୍କ ତରଫରୁ ୨୦ ଫେବୃୟାରୀକୁ ଆଉ ଏକ ନିଷ୍ପତି ନିଆଯିବ ବୋଲି ଶୁଣିବା ପାଇଁ ମିଳୁଛି । ନିଷ୍ପତ୍ତି ଅନୁସାରେ ଯେଉଁ ଲୋକାମାନେ ଘର କିଣିବା ପାଇଁ ଯୋଜନା କରୁଛନ୍ତି, ସେମାନେ ଲାଭ ଉଠାଇପାରିବେ ।

୨୦ ଫେବୃୟାରୀରେ ଜିଏସଟି କାଉନସିଲ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ରିୟଲ ଇଷ୍ଟେଟ୍ ସମ୍ମନ୍ଧିତ ନିଷ୍ପତ୍ତି ନିଆଯିବ ବୋଲି ଆଶାକରାଯାଉଛି । ବୈଠକରେ ରିୟଲ ଇଷ୍ଟେଟ୍ ଠାରୁ ଆରମ୍ଭ କରି ବଡ଼ ବଡ଼ ନିଷ୍ପତ୍ତି ନିଆଯିବ । ବୈଠକରେ ନିର୍ମାଣାଧୀନ କୋଠା ଉପରେ ୫ ପ୍ରତିଶତ ଜିଏସଟି ଓ ଘର ଉପରେ ୩ ପ୍ରତିଶତ ଜିଏସଟି ଲଗାଇବାର ସୁପାରିଶ୍ ଉପରେ ବିଚାର ହୋଇପାରେ । ସୂଚନାଯୋଗ୍ୟ ଏହାପ ପୂର୍ବରୁଜିଓଏମ୍ ବିନା ଇନକମ ଟାକ୍ସ କ୍ରେଡ଼ିଟ ସହ ନର୍ମିାଣାଧୀନ କୋଠା ଉପରେ ୫ ପ୍ରତିଶତ ଜିଏସଟି ଲଗାଇବା ପାଇଁ ସୁପାରିଶ କରିଥିଲେ । ଜିଏସଟି ବୈଠଡକରେ ସିମେଂଟ ଉପରେ ଟାକ୍ସ ହାରକୁ ହ୍ରାସ କରି ୨୮ରୁ ୧୮ ପ୍ରତିଶତ କରାଯାଇପାରେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର