ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଶିଳ୍ପ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ପଠାଇଥିବା ଜଣେ ଅବତାରୀ ପୁରୁଷ ବୋଲି କହିଛନ୍ତି। ମୁକେଶ କହିଛନ୍ତି ଯେ ଆଜି ହେଉଛି ୧୪୫ କୋଟି ଭାରତୀୟଙ୍କ ପାଇଁ ଉତ୍ସବର ଦିନ। ସ୍ବାଧୀନ ଭାରତ ୧୦୦ ବର୍ଷରେ ପହଞ୍ଚିବା ପର୍ଯ୍ୟନ୍ତ ସେ ଭାରତର ସେବା କରୁଥାନ୍ତୁ। ଆମ ଜନ୍ମଭୂମିକୁ ଦୁନିଆର ଶ୍ରେଷ୍ଠ ଦେଶରେ ପରିଣତ କରିବାର ନେତୃତ୍ବ ନେବା ଲାଗି ସର୍ବଶକ୍ତିମାନ ଭଗବାନ ନିଜେ ମୋଦୀଙ୍କୁ ଅବତାରୀ ପୁରୁଷ ଭାବେ ପଠାଇଥିବା ମୁକେଶ କହିଛନ୍ତି।
ଶିଳ୍ପ ଜଗତରୁ ଶୁଭେଚ୍ଛା
ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସୁସ୍ଥକର ଜୀବନ କାମନା କରିଛନ୍ତି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ ଭାରତ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବାରେ କୌଣସି ଦ୍ବନ୍ଦ୍ବ ନାହିଁ। ଆପଣଙ୍କ ନିରବଚ୍ଛିନ୍ନ କଠିନ ପରିଶ୍ରମକୁ ପ୍ରତି ଦିନ ସବୁ ଭାରତୀୟ ଦେଖୁଛନ୍ତି। କୁମାର ମଙ୍ଗଳମ ବିର୍ଲା ମଧ୍ୟ ନିଜ ଶୁଭେଚ୍ଛା ବାର୍ତ୍ତାରେ ମୋଦୀଙ୍କ ଅର୍ଥନୈତିକ ବୁଝାମଣା କିଭଳି ପ୍ରଖର ତାହା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କୁ ଭେଟିବା ପୂର୍ବରୁ ଭଲ ଭାବେ ପ୍ରସ୍ତୁତ ହୋଇ ଯିବା ଦରକାର। ଅନ୍ୟଥା କିଛି ଭୁଲ ତଥ୍ୟ ଉପସ୍ଥାପନ କଲେ ସେ ସଙ୍ଗେ ସଙ୍ଗେ ଧରିଦେବେ।
କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟକ୍, ଆର୍ପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ର ଅଧ୍ୟକ୍ଷ ସଞ୍ଜୀବ ଗୋଏଙ୍କା, ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ମୋହନଦାସ ପାଇ ଓ ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସମେତ ବହୁ ସଂଖ୍ୟାରେ ଶିଳ୍ପପତି ଓ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/18/fshfshfsxbbv-2025-09-18-01-50-15.jpg)