ନୂଆଦିଲ୍ଲୀ: ସ୍ବାଧୀନ ନିର୍ଦେଶକ ଭାବେ କୌଣସି କଂପାନିରେ ନିଯୁକ୍ତି ପାଇବା ପୂର୍ବରୁ ଏକ ପରୀକ୍ଷା ଦେବାକୁ ପଡ଼ିବ। ସେହି ପରୀକ୍ଷା ପାସ୍ କଲେ ନିର୍ଦେଶକ ଭାବେ କାମ କରିବାର ସୁଯୋଗ ମିଳିବ। ସ୍ବାଧୀନ ନିର୍ଦେଶକମାନଙ୍କୁ ସେମାନଙ୍କ ଭୂମିକା, ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ସରକାର ଅବଗତ କରିବାକୁ ଚାହୁଛନ୍ତି। ଯଦି ସେମାନେ କଂପାନିେର ହେଉଥିବା ଭୁଲ କାମ ଉପରେ ଆପତ୍ତି ନଉଠାଇବେ ତେବେ କର୍ପୋରେଟ ଠକେଇକୁ ରୋକିବା ସମ୍ଭବପର ନୁହେଁ ବୋଲି ସରକାର ଭାବୁଛନ୍ତି। କର୍ପୋରେଟ୍ ଗଭର୍ଣ୍ଣାସ ଉପରେ ସ୍ବାଧୀନ ନିର୍ଦେଶକଙ୍କ କେତେ ଜ୍ଞାନ ରହିଛି ତାହା ଜାଣିବା ପାଇଁ ସେମାନଙ୍କ ନିମନ୍ତେ ଏକ ପରୀକ୍ଷାର ବ୍ୟବସ୍ଥା କରିବା ଉପରେ ବିଚାର କରାଯାଉଛି ବୋଲି କର୍ପୋରେଟ୍ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି।
କଂପାନି ନିର୍ଦେଶକଙ୍କ ଜ୍ଞାନ ପରୀକ୍ଷା କରିବେ ମୋଦୀ
/sambad/media/post_attachments/wp-content/uploads/2019/06/cyber-security-training.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)