ନୂଆଦିଲ୍ଲୀ: ବିଶ୍ବ ଅର୍ଥନୈତିକ ଫୋରମ୍ ପକ୍ଷରୁ ୬ ଦିନିଆ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। କରୋନା ପାଇଁ ଚଳିତବର୍ଷର ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ହେଉଛି। ଏହି ସମ୍ମିଳନୀ ଆସନ୍ତା ୨୯ ତାରିଖରେ ଶେଷ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ସମ୍ବୋଧିତ କରିବେ। ସମ୍ମିଳନୀର ଦ୍ବିତୀୟ ଦିନରେ ଅର୍ଥାତ୍ ୨୫ ତାରିଖରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଉଦବୋଧନ ଦେବେ। ତେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଚଳିତବର୍ଷ ସମ୍ମିଳନୀରେ ଯୋଗଦେବେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ସମେତ ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଆଦାନୀ ପ୍ରମୁଖ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।
ବିଶ୍ବ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବେ ମୋଦୀ
/sambad/media/post_attachments/wp-content/uploads/2021/01/pm-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)