ନୂଆଦିଲ୍ଲୀ: ୨୦୨୦ରେ ବିଶ୍ବ ଅର୍ଥନୀତି ଆହୁରି ଦୁର୍ବଳ ହେବ। ଏହି କାରଣରୁ ଋଣ ପ୍ରବାହ ମଧ୍ୟ ମନ୍ଥର ହେବ। ଚୀନ୍-ଆମେରିକା ବାଣିଜ୍ୟ ଲଢ଼େଇ, ବ୍ରେକ୍ସିଟ୍ ଅନିଶ୍ଚିତତା ଏବଂ ଅନ୍ୟାନ୍ୟ ଦ୍ବିପାକ୍ଷିକ ବିବାଦ ଯୋଗୁ ନିବେଶକମାନଙ୍କ ନିବେଶ ନିଷ୍ପତ୍ତି ପ୍ରଭାବିତ ହେବ। ରେଟିଂ ଏଜେନ୍ସି ମୁଡିସ୍ ଆଜି ଏଭଳି ସତର୍କତା ଜାରି କରିଛି। ୨୦୨୦ରେ ଯଦିଓ ମାନ୍ଦାବସ୍ଥାର ଆଶଙ୍କା ନାହିଁ। ତଥାପି ଏବେ ମାନ୍ଦାବସ୍ଥାର ଅନେକ ବଳିଷ୍ଠ ଲକ୍ଷଣ ଦେଖିବାକୁ ମିଳିଛି । ୨୦୦୯ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ପରଠାରୁ ୨୦୧୯ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ସର୍ବନିମ୍ନ ସ୍ତରରେ ରହିଛି। ବିଶ୍ବ ବାଣିଜ୍ୟରେ ଅନିଶ୍ଚିତତା ଯେତେପର୍ଯ୍ୟନ୍ତ ଲାଗି ରହିଥିବ ପୁଞ୍ଜି ବଜାରରେ ମଧ୍ୟ ସେତେବେଳ ପର୍ଯ୍ୟନ୍ତ ମଝିରେ ମଝିରେ ବଡ଼ ଧରଣର ଅସ୍ଥିରତା ଦେଖିବାକୁ ମିଳିବ। ୟୁରୋପ ଏବଂ ଆମେରିକାରେ ମାନ୍ଦାବସ୍ଥା ଜନିତ ବିପଦ ଅଧିକ ରହିଥିବାବେଳେ ଚୀନ ପାଇଁ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବା ବଡ଼ ଆହ୍ବାନ ବୋଲି ମୁଡିସ୍ କହିଛି।
ବିଶ୍ବ ଅର୍ଥନୀତି ମନ୍ଥର ହେବ: ମୁଡିସ୍
/sambad/media/post_attachments/wp-content/uploads/2019/11/f5h4f89h789sdh7sdf89hsdsdsdsdsdsdsd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)