ନୂଆଦିଲ୍ଲୀ: ଭାରତରେ ନିବେଶ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି। ତେଣୁ ଭାରତରେ ନିବେଶ କରି ଦେଶର ବିକାଶ ଧାରାରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ବର ନିବେଶକମାନଙ୍କୁ ଆହ୍ବାନ କରିଛନ୍ତି। ଭର୍ଚୁଆଲ ଗ୍ଲୋବାଲ ଇନ୍ଭେଷ୍ଟ୍ର ରାଉଣ୍ଡଟେବୁଲ୍ ୨୦୨୦ରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି। ସାମାଜିକ, ଶାସନଗତ ଏବଂ ପରିବେଶଜନିତ ସ୍କୋର ଅଧିକ ଥିବା ସ୍ଥାନଗୁଡ଼ିକରେ ନିବେଶ ପାଇଁ କମ୍ପାନି ଗୁଡ଼ିକ ଆଗ୍ରହ ପ୍ରକାଶ କରୁଛନ୍ତି। ଭାରତରେ ଏସବୁ ସ୍ଥିତ ଭଲ ରହିଛି। ଏଥିସହିତ ଭାରତରେ ଏବେ କୃଷି କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ଫଳରେ ଭାରତରେ ଶୀଘ୍ର ବିଶ୍ବର ରପ୍ତାନି କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଏଥିରେ ଆମେରିକା, ୟୁରୋପ, କାନାଡ଼ା, ଦକ୍ଷିଣ କୋରିଆ, ଜାପାନ, ମଧ୍ୟ ପ୍ରାଚ୍ୟ, ଅଷ୍ଟ୍ରେଲିଆ ଓ ସିଙ୍ଗାପୁର ଆଦି ଦେଶ ଓ ଅଞ୍ଚଳର ପ୍ରମୁଖ ନିବେଶକମାନେ ଯୋଗ ଦେଇଥିଲେ।
ଭାରତର ବିକାଶ ଧାରାରେ ସାମିଲ ହେବାକୁ ନିବେଶକଙ୍କୁ ମୋଦୀଙ୍କ ଆହ୍ବାନ
/sambad/media/post_attachments/wp-content/uploads/2020/10/Narendra-Modi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)