କୋରମ ଅଭାବ: ମୁଦ୍ରାନୀତି କମିଟି ବୈଠକ ସ୍ଥଗିତ

ମୋରାଟୋରିଅମ୍ ମାମଲାରେ କେନ୍ଦ୍ରକୁ ଆଉ ସପ୍ତାହେ ମହଲତ

ମୁମ୍ବାଇ: ସ୍ବାଧୀନ ସଦସ୍ୟ ନିଯୁକ୍ତ କରିବାରେ ବିଳମ୍ବ ହୋଇଥିବାରୁ ଚଳିତ ସପ୍ତାହରେ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକକୁ ସ୍ଥଗିତ ରଖାଯାଇଛି। ନିର୍ଧାରିତ ସମୟ ଅନୁସାରେ ଆସନ୍ତାକାଲି ଠାରୁ ତିନି ଦିନିଆ ଏମ୍‌ପିସି ବୈଠକ ଆରମ୍ଭ ହେବାର ଥିଲା। ଆଗାମୀ ଦିନରେ ପୁଣି କେବେ ଏହି ‌ବୈଠକ ବସିବ ସେ ବିଷୟରେ ଶୀଘ୍ର ସୂଚନା ଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ସୁଧ ନିର୍ଧାରଣ କରିବାର କ୍ଷମତା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପାଖରେ ରହିଥିଲା। ମାତ୍ର ୨୦୧୬ରେ ସେହି ବ୍ୟବସ୍ଥାରେ ପରିବର୍ତ୍ତନ କରି ଛଅ ଜଣିଆ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟିକୁ ଦାୟିତ୍ବ ଦିଆଯାଇଥିଲା। ଏମ୍‌ପିସିର ତିନି ଜଣ ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ‌ ଶେଷ ହୋଇଥିବା ବେଳ ତାଙ୍କ ସ୍ଥାନରେ ନୂଆ ସଦସ୍ୟ ନିିଯୁକ୍ତ ହୋଇନାହାନ୍ତି। ନିୟମ ଅନୁସାରେ ଅତି କମ୍‌‌େର ଚାରି ଜଣ ସଦସ୍ୟ ବୈଠକ ଆୟୋଜନ ପାଇଁ ଦରକାର। କୋରମ୍‌ ଅଭାବ ଯୋଗୁଁ ବୈଠକ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଋଣଗ୍ରହୀତାଙ୍କ ଆର୍ଥିକ କଷ୍ଟ ଦୂର କରିବା ଲାଗି ଋଣ ମୋରାଟୋରିଅମ୍ ସମ୍ପର୍କିତ ଯୋଜନା ଉପସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଆଉ ଏକ ସପ୍ତାହର ସମୟ ଦେଇଛନ୍ତି। ଚଳିତ ମାସ ୨୮ ସୁଦ୍ଧା ମୋରାଟୋରିଅମ୍ ଯୋଜନା ଦାଖଲ କରିବାକୁ ସରକାରଙ୍କୁ କୋର୍ଟ କହିଥିଲେ। ମାତ୍ର କେନ୍ଦ୍ର ଏଥିପାଇଁ ଅଧିକ ସମୟ ‌ଲୋଡ଼ିବାରୁ ଏହି ମାମଲାର ଶୁଣାଣିକୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସରକାର କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ ଏନେଇ ଆଲୋଚନା ଜୋରସୋରରେ ଜାରି ରହିଛି। ଯୋଜନା ୨-୩ ଦିନ ଭିତରେ ପ୍ରସ୍ତୁତ ହୋଇଯିବ। କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା ମୋରାଟୋରିଅମ୍ ଯୋଜନା ଉପସ୍ଥାପନ କରିବା ଲାଗି ଅଧିକ ସମୟ ମାଗିଥିଲେ।

ସମ୍ବନ୍ଧିତ ଖବର