ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ଦେଶରେ ପ୍ରଚଳନରେ ଥିବା ମୁଦ୍ରା ପରିମାଣ ହ୍ରାସ ପାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଦାବି କରାଯାଇଛି।ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିମୁଦ୍ରୀକରଣ ସମୟରେ ଦେଶର ଜିଡିପିକୁ ପ୍ରଚଳନରେ ଥିବା ମୁଦ୍ରାର ଶତାଂଶ ୧୧.୫୫% ଥିଲା। ୨୦୧୮ ନଭେମ୍ବର ୮ ସୁଦ୍ଧା ସେହି ହାର ୧୦.୪୮% ସ୍ତରକୁ ଖସିଛି। ଅର୍ଥାତ ପୂର୍ବରୁ ଜିଡିପିର ଯେଉଁ ହାରରେ ଦେଶରେ ମୁଦ୍ରା ପ୍ରଚଳନରେ ରହୁଥିଲା, ଏବେ ତା’ଠାରୁ ଯଥେଷ୍ଟ କମ୍ ପରିମାଣର ମୁଦ୍ରା ବଜାରରେ ରହିଛି।
ବିମୁଦ୍ରୀକରଣ ପରେ ପ୍ରଚଳନରେ ଥିବା ମୁଦ୍ରା ପରିମାଣ କମିଛି:ଅର୍ଥ ମନ୍ତ୍ରଣାଳୟ
/sambad/media/post_attachments/wp-content/uploads/2019/03/banned_note-770x433.jpg)
/sambad/media/agency_attachments/2024-07-24t043029592z-sambad-original.webp)