ମୁମ୍ବାଇ : ସରକାରଙ୍କ ଦ୍ବାରା ଅନଲାଇନ ଗେମ ଆଇନ ଲାଗୁ ହେବା ପରେ ଡ୍ରିମ-୧୧ ସମେତ ଦେଶରେ କାମ କରୁଥିବା ଗେମିଂ ଆପଗୁଡ଼ିକ ନିଜ ନିଜର ମନିଗେମ ଗୁଡ଼ିକୁ ବନ୍ଦ କରିଦେଇଛନ୍ତି ଓ ତା ସ୍ଥାନରେ ସୋସିଆଲ ଗେମ ଗୁଡ଼ିକ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି ।
ଡ୍ରିମ-୧୧ ପକ୍ଷରୁ ଏକ ବୟାନ ଜାରି କରି ମନି ଗେମ ବନ୍ଦ ହେବା ବିଷୟରେ ସୂଚନା ଦିଆଯାଇଛି । ମନି ଗେମର ଅର୍ଥ ହେଉଛି ଯୋଉଁ ଗେମରେ ଅର୍ଥ ଲଗାଇବାକୁ ପଡ଼େ ଓ ସେଥିରେ ଅର୍ଥ ପୁରସ୍କାର ଥାଏ । ମନିଗେମ ବନ୍ଦ କରି ଡ୍ରିମ-୧୧ ସୋସିଆଲ ଗେମରେ ଫେକସ କରିବା ଆରମ୍ଭ କରିଛି । ଏହି ଗେମରେ କୌଣସି ଅର୍ଥ ଲଗାଇବାକୁ ପଡ଼ିନଥାଏ । ଏଥିରେ ଯୋଗ ଦେବା ମାଗଣା ଓ ପୁରସ୍କାର ବାବଦରେ ନଗଦ ଅର୍ଥ ବଦଳରେ ଆଇଫୋନ, ଆଇପ୍ୟାଡ୍ ଆଦି ପୁରସ୍କାର ରହିଛି । ସେହିପରି ମାଇ୧୧ ସର୍କଲ ପକ୍ଷରୁ ମଧ୍ୟ ମନି ଗେମ ବନ୍ଦ କରି ସୋସିଆଲ ଗେମ ଚାଲୁ କରାଯାଇଛି ।
ଡ୍ରିମ-୧୧ ପକ୍ଷରୁ ଏକ ବୟାନ ଜାରି କରି ମନି ଗେମ ବନ୍ଦ ହେବା ବିଷୟରେ ସୂଚନା ଦିଆଯାଇଛି । ମନି ଗେମର ଅର୍ଥ ହେଉଛି ଯୋଉଁ ଗେମରେ ଅର୍ଥ ଲଗାଇବାକୁ ପଡ଼େ ଓ ସେଥିରେ ଅର୍ଥ ପୁରସ୍କାର ଥାଏ । ମନିଗେମ ବନ୍ଦ କରି ଡ୍ରିମ-୧୧ ସୋସିଆଲ ଗେମରେ ଫେକସ କରିବା ଆରମ୍ଭ କରିଛି ।
ମନି ଗେମ ଡ୍ରିମ-୧୧ ରାଜସ୍ବର ୯୦% ଯୋଗଦାନ ଦେଇଥାଏ । ଏଣୁ ସୋସିଆଲ ଗେମ ଉପରେ ଫୋକସ କଲେ ବି ଡ୍ରିମ-୧୧ର କ୍ଷତି ଭରଣା ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି କମ୍ପାନି ଗୋଲଡ୍ ଇନଭେଷ୍ଟମେଣ୍ଟ ଆପ୍ କ୍ଷେତ୍ରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନିର ଏହି ପରିବର୍ତ୍ତନ ସଂପର୍କରେ ନିଜର ନିୟମିତ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ସୂଚୀତ କରାଯାଇଛି ।