ସୋସିଆଲ ମିଡ଼ିଆରେ ଯୁବଗୋଷ୍ଠୀ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । ଖାସକରି ଫେସବୁକରେ ଅଧକାଂଶ ଅଧିକ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ଫେସବୁକ ଆମ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଫେସବୁକକୁ ଯଦି ଆମେ ସଠିକ ଦିଗରେ ବ୍ୟବହାର କରିବା ତେବେ ଏଥିରୁ ଆମେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବା । ଫେସବୁକ କେବଳ ସାଙ୍ଗମାନଙ୍କ ସହ ଯୋଡିରଖି ନ ଥାଏ, ଏହା ଟଙ୍କା ରୋଜଗାର କରିବାର ବାଟ ମଧ୍ୟ ଦେଖାଇଥାଏ । ଫେସବୁକ ଆପଣଙ୍କୁ ଏପରି ଏକ ବିକଳ୍ପ ପ୍ରଦାନ କରିଛି ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କର କୌଣସି ବି ଜିନିଷର ମାର୍କେଟିଂ କରି ଟଙ୍କା କମାଇପାରିବେ ।
ଫେସବୁକରେ ଏକ ଆଡଭାନ୍ସ ୟୁଜର୍ସ ଫିଚର ରହିଛି, ଯାହା ସାହାଯ୍ୟରେ ଆପଣ ଫେସବୁକରେ ଏକ ପେଜ ତିଆରି କରି ସେଥିରେ ଭିଡିଓ କିମ୍ବା କୌଣସି ମେସେଜ ପୋଷ୍ଟ କରି ନିଜ ପେଜକୁ ଲୋକପ୍ରିୟ ବନାଇପାରିବେ ଏବଂ ଏହାକୁ ପ୍ରତି ଦିନ ଅପଡେଟ କରି ଟଙ୍କା ମଧ୍ୟ ପାଇପାରିବେ । ପ୍ରତିଦିନ ପେଜରେ କୌଣସି ପୋଷ୍ଟ କଲେ ଏହା ଉପରେ ଲୋକମାନେ ନିଜର ମତାମତ ଦେବେ । ଏହାଦ୍ୱାରା ନୂଆ ନୂଆ ୟୁଜର୍ସ ମଧ୍ୟ ଆପଣଙ୍କ ପେଜ ସହ ଯୋଡ଼ିହେବେ । ଏହାଦ୍ୱାରା ପେଜରେ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଲାଇକର ଅନୁପାତ ମଧ୍ୟ ବଢ଼ିବ । ଏଭଳି କିଛି ଦିନ ହେବା ପରେ ଫେସବୁକ ଆପଣାଛାଏଁ ଆପଣଙ୍କ ପେଜକୁ ସ୍କାନ କରିନେବ । ଏହାପରେ ଆପଣ ଏହି ପେଜ ମାଧ୍ୟମରେ ରୋଜଗାର କରିପାରିବେ ।
bonfired.comଫେସବୁକ ଆପଣଙ୍କୁ ଆଡ଼ଭାନ୍ସ ୟୁଜର୍ସ ହେବା ପାଇଁ ସୁଯୋଗ ଦେବ । ଯଦି ଆପଣଙ୍କ ଫେସବୁକ ପେଜକୁ ଅଧିକାଂଶ ଲୋକ ବ୍ୟବହାର କରୁଥାନ୍ତି ତେବେ ଏହି ପେଜରେ ନିଜ ତରଫରୁ ଫେସବୁକ ବିଜ୍ଞାପନ ଦେବା ଆରମ୍ଭ କରିବ । ଏଥିପାଇଁ ପ୍ରଥମେ ଆପଣଙ୍କୁ ଏକ ଆବେଦନ କରିବାକୁ ପଡ଼ିବ । ଏହାପରେ ଫେସବୁକ ଏହାକୁ ସ୍ୱୀକୃତି ଦେବ । ଆଡ଼ାଭାନ୍ସ ୟୁଜର୍ସ ହେବା ମାତ୍ରେ ଫେସବୁକ ତରଫରୁ ଏକ ନୋଟିଫିକେସନ ପଠାଯିବ । ଆଡ଼ଭାନ୍ସ ୟୁଜର୍ସ ହେବା ପରେ ଆପଣଙ୍କୁ ଏକ ଫର୍ମ ଭରିବାକୁ ପଡ଼ିବ । ଯେଉଁଥିରେ ଆପଣଙ୍କୁ ବ୍ୟାଙ୍କର ତଥ୍ୟ ଦେବାକୁ ପଡ଼ିବ । ଏହାପରେ ଆପଣାଛାଏଁ ଆଡ଼ାଭାନ୍ସ ୟୁଜର୍ସ ଆକାଉଣ୍ଟ ଆକ୍ଟିଭେଟ ହୋଇଯିବ । ଏହାପରେ ଆପଣଙ୍କ ପେଜର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିବ ଫେସବୁକ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/dc-Cover-cntv1smsg5118sndfb4ej2k767-20180107030609.Medi_.jpeg)