ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତୀୟ ଟଙ୍କା ଏସିଆର ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ଥିଲା। ମାତ୍ର ପାଞ୍ଚ ସପ୍ତାହ ଭିତରେ ସବୁ କିଛି ବଦଳିଯାଇଛି। ଏବେ ଟଙ୍କା ହୋଇଯାଇଛି ଏସିଆର ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଦ୍ରା। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଏବେ ୬୮ ଟଙ୍କା ୬୯ ପଇସା ସ୍ତରରେ ରହିଛି। ଯଦି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ବିଜୟୀ ହେବେ ତେବେ ଟଙ୍କା ଆହୁରି ସୁଦୃଢ଼ ହେବ। ଡଲାର ତୁଳନାରେ ଟଙ୍କା ଦର ୬୭ ଟଙ୍କା ଭଳି ସ୍ତର ପର୍ଯ୍ୟନ୍ତ ଉନ୍ନତି ହାସଲ କରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଦେଶୀ ନିବେଶକମାନେ ଭାରତରେ ବିପୁଳ ପରିମାଣର ସେୟାର ଖରିଦ କରୁଥିବାରୁ ଅନେକ ବିଦେଶୀ ମୁଦ୍ରା ଦେଶ ଭିତରେ ପ୍ରବେଶ କରିଛି। ସେଥିପାଇଁ ଡଲାର ଚାହିଦା କମିଛି। ବିଗତ ତିନି ସପ୍ତାହ ଭିତରେ ଟଙ୍କା ମୂଲ୍ୟ ୩.୮%ର ସୁଧାର ହୋଇଛି ଯାହା ଏସିଆର ଯେକୌଣସି ଅନ୍ୟ ମୁଦ୍ରା ତୁଳନାରେ ଅଧିକ।
ଟଙ୍କା ଏସିଆର ଶ୍ରେଷ୍ଠ ମୁଦ୍ରା
/sambad/media/post_attachments/wp-content/uploads/2019/03/SBPHO20-Kuchinda-Police-Tanka-Jabat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)