ଡେବିଟ କାର୍ଡ ନଥିଲେ ବି ଏଣିକି ଆଧାର ନମ୍ବର ଜରିଆରେ ଏଟିଏମ୍‌ରୁ ଏପରି ଟଙ୍କା ଉଠାଇ ପାରିବେ ଗ୍ରାହକ !

ସାଧାରଣତଃ ଏଟିଏମରୁ ଟଙ୍କା ଉଠାଇବା  ପାଇଁ କେବଳ ଡ଼େବିଟ କାର୍ଡ଼ ଲୋଡା ହୋଇଥାଏ।  ବିନା ଡ଼େବିଟ କାର୍ଡ଼ରେ ଏଟିଏମରୁ ଟଙ୍କା ଉଠାଣ ସମ୍ଭବ ହୋଇ ନଥାଏ। କିନ୍ତୁ ଏବେ ଟଙ୍କା ଉଠାଣ ପାଇଁ ଆଉ ଡ଼େବିଟ କାର୍ଡ଼ର ଆବଶ୍ୟକତା ପଡ଼ିବ ନାହିଁ । ଆଧାର କାର୍ଡ଼ ଜରିଆରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ । ଫିଟନେକ ଫାର୍ମ ମହାଗ୍ରାମ ଭାରତରେ ୧ ଲକ୍ଷରୁ ଅଧିକ ଆଧାର ଆଧାରିତ ଏଟିଏମ ମେସିନ ଲଗାଇବାକୁ ଯାଉଛି । ଏହି କମ୍ପାନିର ଲକ୍ଷ୍ୟ ହେଉଛି, ଯେଉଁଠି ବ୍ୟାଙ୍କ ଏଟିଏମ ସେବା ପହଞ୍ଚି ପାରିନାହିଁ, ସେଠାରେ ଏହି ଆଧାର ଏଟିଏମ ସେବା ପହଞ୍ଚା ଯାଇପାରିବ ।

ଏହି ମାଇକ୍ରୋ ଏଟିଏମ ଜରିଆରେ ଆପଣ ଟଙ୍କା ଉଠାଇ ପାରିବେ । ଏହାଛଡ଼ା ଟଙ୍କା ଡିପୋଜିଟ, ବାଲାନ୍‌ସ ଚେକ, ମିନି ଷ୍ଟେଟମେଣ୍ଟ ମଧ୍ୟ ଦେଖିପାରିବେ । ଏପରିକି ରଣ ଟଙ୍କା ମଧ୍ୟ ଏହି ଏଟିଏମରେ ଜମା କରିପାରିବେ । ପ୍ୟାନ କାର୍ଡ଼, ଇ-କେୱାଇସି ଓ ରଣ ବିତରଣ ଭଳି ସୁବିଧା ମଧ୍ୟ ଏହି ଏଟିଏମରେ ଉପଲବ୍ଧ ରହିବ । ଏହି ନୂଆ ସୁବିଧାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ପ୍ରସ୍ତୁତ କରିଛି । ଏହା ଜରିଆରେ ବ୍ୟାଙ୍କ ଓ ଅର୍ଥ ଯୋଗାଣକାରୀ ସଂସ୍ଥା ନିଜର ସେବା ଯୋଗାଇ ଦେବା ପାଇଁ ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କରିଥାନ୍ତି । ଯାହାକୁ ରିଜର୍ଭ ବ୍ୟାଙ୍କ ମଧ୍ୟ ମାନ୍ୟତା ପ୍ରଦାନ କରିସାରିଛି ।

ଯଦି ଆପଣ ଟଙ୍କା ଉଠାଣ କରିବାକୁ ଚାହୁଁଥାନ୍ତି ତେବେ ବ୍ୟାଙ୍କ ପ୍ରତିନିଧିଙ୍କୁ ନିଜର ଆଧାର ନମ୍ବର ଦେବାକୁ ପଡ଼ିବ ଯ ଆଧାର ନମ୍ବର ଦେବା ପରେ ପ୍ରତିନିଧି ଜଣକ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ଭେରିଫିକେସନ କରିବେ। ଏହାପରେ ଅପାଣଙ୍କ ମୋବାଇଲକୁ ଏକ ଓଟିପି କୋର୍ଡ଼ ଆସିବ ।  ଓଟିପି କୋର୍ଡ଼ ଦେବା ପରେ ଆପଣ ଟଙ୍କା ଉଠାଇପାରିବେ ।  ଏବେ ଆଧାର ମାଇକ୍ରୋ ଏଟିଏମରୁ ଟଙ୍କା ଉଠାଇଲେ କୌଣସି ପ୍ରକାର ସର୍ଭିସ ଚାର୍ଜ ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର