ଟାଟା ମ୍ୟାଜିକ୍‌ ଏକ୍ସପ୍ରେସ୍‌ ଆମ୍ବୁଲାନ୍ସ ପାଇଁ ମନ୍‌ସୁନ୍ ଅଫର

ଭୁବନେଶ୍ବର: କନସୋଟିୟମ୍ ଅଟୋମୋବାଇଲସ୍‌ ପ୍ରାଇଭେଟ୍ ଲିି‌ମିଟେଡ୍‌ ତରଫରୁ ଟାଟା ମ୍ୟାଜିକ୍ ଏକ୍ସପ୍ରେସ୍ ଆମ୍ବୁଲାନ୍ସକୁ ଉପସ୍ଥାପନ କରାଯାଇଛି। ଏହା ଏକ ଭ୍ରାମ୍ୟମାଣ ଡିସ୍‌ପେନ୍‌ସେରି ସଦୃଶ ଯେଉଁଥିରେ ରୋଗୀମାନଙ୍କ ପରିବହନ ପାଇଁ ଅନେକ ପ୍ରକାର ସୁବିଧା ରହିଛି। ଉଭୟ ଡ୍ରାଇଭର ଓ ଯାତ୍ରୀ ସୁବିଧାକୁ ଏଥିରେ ଧ୍ୟାନ ଦିଆଯାଇଛି। ଭିତରେ ଅନେକ ଫାଙ୍କା ସ୍ଥାନ ରହିଛି। ଡିଜାଇନ୍ ଓ ଷ୍ଟାଇଲ୍ ଦୃଷ୍ଟିରୁ ଏହା ଆକର୍ଷଣୀୟ ହୋଇଥିବା ବେଳେ ଏହା ଉନ୍ନତ ପ୍ରଦର୍ଶନ ମଧ୍ୟ ପ୍ରଦାନ କରୁଛି।

ଏହାର ସର୍ବାଧିକ ବେଗ ହେଉଛି ଘଣ୍ଟା ପ୍ରତି ୮୦ କିମି। ଏଥିରେ ଅଟୋ ଲୋଡିଂ ଷ୍ଟ୍ରେଚର୍‌, ପାରାମେଡିକ୍, ଡାକ୍ତରଙ୍କ ବସିବା ପାଇଁ ବେଞ୍ଚ୍‌ ଓ ସିଟ୍, ଅକ୍ସିଜେନ୍ ସିଲିଣ୍ଡର କ୍ୟାବିନେଟ୍, ଆଇଭି ବୋତଲ ରଖିବା ଲାଗି ହୁକ୍, ଫାଷ୍ଟ୍‌ ଏଡ୍‌ ବକ୍ସ, ଇଲେକ୍ଟ୍ରିକ୍ ପ୍ଲଗ୍ ପଏଣ୍ଟ୍, ଓଭରହେଡ୍‌ ଲ୍ୟାମ୍ପ୍, ଆଣ୍ଟି-ସ୍କିଡ୍ ଫ୍ଲୋରିଂ, କ୍ୟାବିନ୍ ଲାଇଟ୍‌, କାରଖାନାରୁ ଲଗାଯାଇଥିବା ଡୁଆଲ ଏସି ଓ ପୋର୍ଟେବଲ୍ ଅକ୍ସିଜେନ୍ ସିଲିଣ୍ଡର ସୁବିଧା ରହିିଛି। କଂପାନି ତରଫରୁ ଏହି ଆମ୍ବୁଲାନ୍ସ ଉପରେ ୨ ବର୍ଷ/ ୭୨୦୦୦ କିମିର ୱାରେଣ୍ଟି ପ୍ରଦାନ କରାଯାଇଛି। ଏହା ଉପରେ ମନସୁନ୍ ଅଫର ଘୋଷଣା କରାଯାଇଛି ଯେଉଁଥିରେ ଅନ୍‌ରୋଡ୍‌ ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ଫାଇନାନ୍ସ ଓ ୭୨ ମାସର ଋଣ ପରିଶୋଧ ସୁବିଧା ମିଳିବ। ସୀମିତ ସମୟ ପାଇଁ ଉପଲବ୍ଧ ଥିବା ଏହି ଅଫରରେ ଗ୍ରାହକମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ

ସମ୍ବନ୍ଧିତ ଖବର