ମୋରାରଜୀଙ୍କ ରେକର୍ଡ ଅତୁଟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଭାବେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ମୋରାରଜୀ ଦେଶାଇଙ୍କ ନାମରେ ରହିଛି। ସେ ୧୦ ଥର ବଜେଟ୍ ଉପସ୍ଥାପନ କରିଥିଲେ। ତାଙ୍କ ରେକର୍ଡ ଏବେବି ଅତୁଟ ରହିଛି। ତାଙ୍କ ପଛକୁ ପି ଚିଦମ୍ବରମ୍‌ ଦ୍ବିତୀୟ ସର୍ବାଧିକ ଭାବେ ୯ ଥର ଓ ପ୍ରଣବ ମୁଖାର୍ଜୀ ତୃତୀୟ ସର୍ବାଧିକ ଭାବେ ୮ ଥର ବଜେଟ୍ ଉପସ୍ଥାପନ କରିଛନ୍ତି।

ଡକ୍ଟର ମନମୋହନ ସିଂହ ୬ ଥର, ଯଶୋବନ୍ତ ସିହ୍ନା ୬, ସିଡି ଦେଶମୁଖ ୫, ୱାଇବି ଚଭନ ୫, ଅରୁଣ ଜେଟ୍‌ଲି ୫, ଟିଟି କୃଷ୍ଣାମାଚାରି ୪, ରାମସ୍ବାମୀ ଭେଙ୍କଟରମଣ ୩ ଓ ଏଚ୍‌ ଏମ୍‌ ପଟେଲ୍‌ ତିନି ଥର ବଜେଟ୍ ଉପସ୍ଥାପନ କରିଛନ୍ତି। ଜନ ମାଥାଇ, ଇନ୍ଦିରା ଗାନ୍ଧୀ, ସି ସୁବ୍ରମଣିଅନ, ଭି ପି ସିଂହ, ନିର୍ମଳା ସୀତାରମଣ ଓ ଆର୍‌କେ ସାନମୁଖମ ଚେଟ୍ଟି ଦୁଇ ଥର ଲେଖାଏଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆସନ୍ତାକାଲି ନିର୍ମଳା ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରିବେ। ଜବାହାରଲାଲ ନେହେରୁ, ସଚ୍ଚିନ୍ଦ୍ର ଚୌଧୁରୀ, ଚୌଧୁରୀ ଚରଣ ସିଂହ, ରାଜୀବ ଗାନ୍ଧୀ, ଏନ୍‌ଡି ତିୱାରୀ, ଏସ୍‌ବି ଚଭନ, ମଧୁ ଦଣ୍ଡବତେ ଓ ପୀୟୂଷ ଗୋୟଲ ଥରେ ଲେଖାଏଁ ବଜେଟ୍ ଉପସ୍ଥାପନ କରିଛନ୍ତି। କେ ସି ନିଓଗି ଅର୍ଥମନ୍ତ୍ରୀ ହୋଇଥିଲେ ମଧ୍ୟ ବଜେଟ୍ ଉପସ୍ଥାପନ କରିନାହାନ୍ତି।

ସମ୍ବନ୍ଧିତ ଖବର