ଉତ୍ସବ ଋତୁରେ ଅଧିକ ଗାଡ଼ି ବିକ୍ରି ହେବ

ନୂଆଦିଲ୍ଲୀ: ନୂଆ ନୂଆ ମଡେଲ୍‌ ଉନ୍ମୋଚନ ହେଉଥିବାରୁ ଆଗାମୀ ଉତ୍ସବ ଋତୁରେ କାର୍‌ ବିକ୍ରିରେ ବଡ଼ ଧରଣର ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଉତ୍ସବ ଋତୁ ରାଖୀ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଦୀପାବଳି ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିବର୍ଷ ଏହି ସମୟରେ ଅଧିକ ଗାଡ଼ି ବିକ୍ରି ହୋଇଥାଏ। ଚଳିତ ବର୍ଷ ଏହି ସମୟ ଅଗଷ୍ଟ ୧୧ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ପର୍ଯ୍ୟନ୍ତ ରହିବ। ଅଟୋମୋବାଇଲ୍‌ ଡିଲର୍‌ଙ୍କ ସଂଘ ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି ଯେ ନୂଆ ମଡେଲ୍‌ ଉନ୍ମୋଚନ ଓ ଉତ୍ପାଦନରେ ବୃଦ୍ଧି ହୋଇଥିବାରୁ ଚଳିତ ବର୍ଷ ଉତ୍ସବ ଋତୁରେ କାର୍ ବିକ୍ରି ବହୁତ ଭଲ ରହିବ ବୋଲି ଆଶା କରାଯାଉଛି। ଗତ ୩-୪ ମାସରେ ହାରାହାରି ଭାବେ ୩ ଲକ୍ଷରୁ ଅଧିକ ଗାଡ଼ି ଉତ୍ପାଦନ ହେଉଥିବାରୁ ବିକ୍ରି ମଧ୍ୟ ବଢ଼ିଛି। ତେବେ ମୌସୁମୀ ବର୍ଷାରେ ଅସମାନତା, ଉଚ୍ଚ ମୁଦ୍ରାସ୍ଫୀତି ଓ ତାଇୱାନ-ଚୀନ୍ ଉତ୍ତେଜନା କାର୍‌ ବିକ୍ରିକୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର