ଟିକସରୁ ମୋଟା ଆୟ

ତେଲ ଟିକସରୁ କେନ୍ଦ୍ରର ବିପୁଳ ଆୟ ହେଉଛି। ଚାରି ବର୍ଷରେ ଟିକସ ରାଜସ୍ୱ ଦୁଇ ଗୁଣ ବଢ଼ିଛି। ୨୦୧୪-୧୫ରେ ତେଲରୁ କେନ୍ଦ୍ରର ୯୯,୧୮୪ କୋଟି ଟଙ୍କା ଆୟ ହୋଇଥିଲା। ୨୦୧୭-୧୮ରେ ତାହା ୨,୨୯,୦୧୯ କୋଟି ଟଙ୍କାରେ ପହଞ୍ଚିଯାଇଛି। କେବଳ କେନ୍ଦ୍ର ନୁହେଁ ରାଜ୍ୟଗୁଡ଼ିକ ମଧ୍ୟ ଭଲ ଆୟ କରିଛନ୍ତି। ତେଲ ଉପରେ ଭାଟ୍‌ ଲଗାଇ ରାଜ୍ୟଗୁଡ଼ିକ ୨୦୧୭-୧୮ରେ ୧,୮୪,୦୯୧ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। ୨୦୧୪-୧୫ ବେଳକୁ ତେଲରୁ ଭାଟ୍‌ ଆୟ ପରିମାଣ ୧,୩୭,୧୫୭ କୋଟି ଟଙ୍କା ଥିଲା। ଏହି ତଥ୍ୟରୁ ଏହା ଜଣାପଡ଼ୁଛି ଯେ ତେଲ ଉପରେ ଟିକସ ବସାଇ ରାଜ୍ୟଗୁଡ଼ିକ ତୁଳନାରେ କେନ୍ଦ୍ର ସରକାରଙ୍କ ଆୟ ଅଧିକ ବଢ଼ିଛି। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କେନ୍ଦ୍ର ସରକାର ୯ ଥର ଉତ୍ପାଦନ ଶୁଳ୍କ ବଢ଼ାଇଛନ୍ତି। ଫଳରେ ପେଟ୍ରୋଲ୍‌ ଉପରେ ଉତ୍ପାଦନ ଶୁଳ୍କ ପରିମାଣ ୯ ଥରରେ ୧୧ ଟଙ୍କା ୭୭ ପଇସା ବୃଦ୍ଧି ପାଇଥିଲା। ସେହିପରି ଡିଜେଲ୍‌ ଉପରେ ଟିକସ ପରିମାଣ ୧୩ ଟଙ୍କା ୪୭ ପଇସା ବଢ଼ିଯାଇଛି। ଶେଷ ଥର ପାଇଁ ଗତବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ୨ ଟଙ୍କାର ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ।

ସମ୍ବନ୍ଧିତ ଖବର