ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ, ଏଣିକି ଋଣ ନେବା ପାଇଁ ଅନେକ ଯାଞ୍ଚ ପ୍ରକ୍ରିୟା ଦେଇ ଗିତି କରିବାକୁ ପଡ଼ିବ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକଠାରୁ ବିପୁଳ ପରିମାଣର ଋଣ ହାସଲ କରିବାକୁ ହେଲେ ଏଣିକି ଅନେକ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ବଡ଼ ସଂସ୍ଥାଗୁଡ଼ିକୁ ଋଣ ମଞ୍ଜୁର କରିବା ପୂର୍ବରୁ ସେମାନଙ୍କ ବିଷୟରେ ଅଧିକ ଯାଞ୍ଚ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ବିଷୟରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଓ ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍‌ (ଆରଓସି)ଠାରୁ ସୂଚନା ହାସଲ କରିବାକୁ କୁହାଯାଇଛି। ଋଣ ଚାହୁଁଥିବା କଂପାନି କୌଣସି ବେଆଇନ କାମରେ ଲିପ୍ତ ଅଛି ନା ନାହିଁ ତାହା ଜାଣିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଅନେକ ସଂସ୍ଥା ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ତାହାକୁ ଅନ୍ୟତ୍ର ବ୍ୟବହାର କରୁଛନ୍ତି। କିନ୍ତୁ ଋଣ ପରିଶୋଧ କରିବାକୁ ଚାହୁଁନାହାନ୍ତି। ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ବିପୁଳ ପରିମାଣର କ୍ଷତି ସହୁଛନ୍ତି। ଋଣ ମଞ୍ଜୁର କରିବା ବେଳେ ବ୍ୟାଙ୍କଗୁଡ଼ିକ ଅଡିଟ୍‌ ରିପୋର୍ଟ ଓ ଫାଇନାନ୍‌ସିଆଲ୍‌ ଷ୍ଟେଟମେଣ୍ଟ୍‌ (ଆର୍ଥିକ ବିବରଣୀ)କୁ ବିଚାରକୁ ନେଉଛନ୍ତି। ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ମୋଟା ଅଙ୍କର ଋଣ ଦେବା ବେଳେ ଏହି ଦୁଇ ପ୍ରକାର କାଗଜପତ୍ର ଦେଖିବା ସହିତ ଅତିରିକ୍ତ ସୂଚନା ମାଗିବେ। ଯେଉଁ ସବୁ କାଗଜପତ୍ର ମିଳିଛି ତାହା ଅସଲି ନା ନକଲି ତାହା ମଧ୍ୟ ଯାଞ୍ଚ କରିବେ।

ସମ୍ବନ୍ଧିତ ଖବର