ବେଙ୍ଗାଲୁରୁ: ଟିକ୍ଟକ୍କୁ ନିଷିଦ୍ଧ ଘୋଷଣା କରାଯିବା ପରେ ଏହା ପାଖରେ ଥିବା ୨୦ କୋଟି ଭାରତୀୟଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ସଂସ୍ଥା ମଧ୍ୟରେ ଦୌଡ଼ ଆରମ୍ଭ ହୋଇଛି। ଫେସ୍ବୁକ୍, ଡେଲିହଣ୍ଟ୍, ଫ୍ଲିପ୍କାର୍ଟ, ଗାନା ଓ ଜି୫ ଭଳି ସଂସ୍ଥା ଏଥିପାଇଁ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି। ଟିକ୍ଟକ୍ ଭାରତ ଆସିବା ପରେ କ୍ଷୁଦ୍ର ଭିଡିଓ ଜରିଆରେ ମନୋରଞ୍ଜନର ଏକ ବୃହତ ବଜାର ଥିବା ଜଣାପଡ଼ିଥିଲା। ଏହି ସଂସ୍ଥା ନିଷିଦ୍ଧ ହେବା ପରେ ସେହି ବଜାର ଏବେ ଫାଙ୍କା ପଡ଼ିଛି। ସ୍ବଦେଶୀ କଂପାନି ସେୟାରଚାଟ୍ ପକ୍ଷରୁ ‘ମୋଜ୍’ ଓ ଜି୫ ପକ୍ଷରୁ ‘ହିପି’ ନାମକ ଆପ୍ ବିକଶିତ କରାଯାଇଛି। ଏହି ଦୁଇ ଆପ୍ ମଧ୍ୟ କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରିପାରିେବ। କିଛି ବଡ଼ ସଂସ୍ଥାକୁ ବାଦ ଦେଲେ ଇନ୍ମୋବି, ରୋପୋସୋ, ଚିଙ୍ଗାରି ଓ ମିତ୍ରୋଁ ଭଳି ଷ୍ଟାର୍ଟଅପ୍ ସଂସ୍ଥା ମଧ୍ୟ ଟିକ୍ଟକ୍ର ସ୍ଥାନ ନେବାକୁ ଉଦ୍ୟମ କରୁଛନ୍ତି।
ଟିକ୍ଟକ୍ର ସ୍ଥାନ ନେବାକୁ ଦୌଡ଼ରେ ଡଜନେ ସଂସ୍ଥା
/sambad/media/post_attachments/wp-content/uploads/2020/07/TikTok-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)