ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍, ଦ କଷ୍ଟ୍ ଆଣ୍ଡ୍ ୱାର୍କସ ଆକାଉଣ୍ଟାଣ୍ଟସ ଆଣ୍ଡ୍ କମ୍ପାନି ସେକ୍ରେଟାରିଜ୍ (ଆମେଣ୍ଡମେଣ୍ଟ) ବିଲ୍-୨୦୨୨ ଗୃହୀତ ହୋଇଛି। ତେବେ ଏହାର ସ୍ବତନ୍ତ୍ରତା ହେଲା ବିଲ୍ଟି ଗୃହୀତ ହେବା ପାଇଁ ୨୦୦ରୁ ଅଧିକ ଧର ବାଚନିକ ଭୋଟ୍ ହୋଇଛି। ବିଲ୍ ଉପରେ ବିତର୍କ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଉତ୍ତର ରଖିବା ଲାଗି ପ୍ରାୟ ୨ ଘଣ୍ଟା ୨୦ ମିନିଟ୍ ସମୟ ଲାଗିଛି। ବିଲ୍ର ୧୦୬ଟି ଧାରାର ଭୋଟିଂ ପାଇଁ ୩୦ ମିନିଟ୍ରୁ ଅଧିକ ସମୟ ଲାଗିଥିଲା। ଅର୍ଥାତ୍ ବିଲ୍ ଗୃହୀତ ହେବା ପାଇଁ ଲାଗିଥିବା ମୋଟ ସମୟର ୧୮ ପ୍ରତିଶତ କେବଳ ଧାରାଗୁଡ଼ିକର ଭୋଟିଂ ଲାଗି ଯାଇଥିଲା। ବିଲ୍ର ବିଭିନ୍ନ ଧାରାରେ ସଂଶୋଧନ ପାଇଁ ସିପିଆଇ(ଏମ୍)ର ଜନ୍ ବ୍ରିଟାସ ବିଲ୍ର ବିଭିନ୍ନ ଧାରା ଉପରେ ସଂଶୋଧନ ପାଇଁ ୧୬୩ଟି ନୋଟିସ ଦେଇଥିଲେ। ସେହିଭଳି ସିପିଆଇ ସାଂସଦ ବିନୟ ବିଶ୍ବମ ମଧ୍ୟ ଅନେକ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ। ସବୁ ସଂଶୋଧନ ଉପରେ ଗୃହରେ ଭୋଟ ନେବାର ଆବଶ୍ୟକତା ଥିବାରୁ ବିଲ୍ ଉପରେ ୨୦୦ରୁ ଅଧିକ ଥର ଭୋଟ୍ ହୋଇଥିଲା।
ରାଜ୍ୟସଭାରେ ବିଲ୍ ଗୃହୀତ ହେବା ପୂର୍ବରୁ ୨୦୦ରୁ ଅଧିକ ଥର ବାଚନିକ ଭୋଟ୍
ବିତର୍କ ଓ ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ଗଲା ୨ ଘଣ୍ଟା ୨୦ ମିନିଟ୍
/sambad/media/post_attachments/wp-content/uploads/2020/03/rajyasabha-zee-news.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)