ଭୁବନେଶ୍ବର: ବଜାଜ ଅଟୋର ପ୍ରିମିୟମ୍ ଇଲେକ୍ଟ୍ରିକ୍ ସ୍କୁଟର ଚେତକ୍ ରାଜ୍ୟର ଗ୍ରାହକମାନଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି। ୨୦୨୨ ଅଗଷ୍ଟରେ ଏହା ଓଡ଼ିଶାରେ ଉନ୍ମୋଚିତ ହୋଇଥିଲା। ଏବେ ରାସ୍ତାରେ ୫୦୦ରୁ ଅଧିକ ଚେତକ୍ ଗଡ଼ୁଛି। ଗ୍ରାହକମାନଙ୍କ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କଂପାନି ପକ୍ଷରୁ ରସୁଲଗଡ଼ ଛକ ନିକଟରେ ନୂଆ ଚେତକ୍ ଏକ୍ସିପେରିଏନ୍ସ ସେଣ୍ଟର୍ ଖୋଲାଯାଇଛି। ସୋନ୍ଥାଲିଆ ମୋଟର୍ସ ସହଯୋଗିତାରେ ଖୋଲାଯାଇଥିବା ଏହି କେନ୍ଦ୍ରରେ ଗ୍ରାହକମାନେ ଚେତକ୍ ଇଭିର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ। ଏହାର ଉଦ୍ଘାଟନ ଅବସରରେ ସୋନ୍ଥାଲିଆ ମୋଟର୍ସର ଏମ୍ଡି ସୌରଭ ଅଗ୍ରୱାଲ୍, ଚେତକ୍ର ସେଲ୍ସ ଓ ସର୍ଭିସ୍ ଏଏସ୍ଏମ୍ ଗୋପାଳ ଶ୍ରୀବାସ୍ତବ ଓ ଅପର୍ତି ଶ୍ରୀବାସ୍ତବ ଉପସ୍ଥିତ ଥିଲେ।
ଏହି ଅବସରରେ ଚେତକ୍ କିଣିଥିବା ଗ୍ରାହକମାନେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ ଓ ପୁରୁଣା ବଜାଜ ଚେତକ୍ର ସ୍ମୃତିକୁ ମନେ ପକାଇଥିଲେ। ଚେତକ୍ ଇଭିକୁ ବଜାଜ ଅଟୋ ପକ୍ଷରୁ ନିର୍ମାଣ କରାଯାଉଛି ଯେଉଁଥିରେ ସମ୍ପୂର୍ଣ୍ଣ ମେଟାଲ୍ ବଡି ରହିଛି। ଏହାର ବ୍ୟାଟେରିକୁ ପୂର୍ଣ୍ଣ ଚାର୍ଜ କରି ଚଲାଇଲେ ତାହା ୧୦୮ କିମି ଯାତ୍ରା କରିବ। ଚାରି ଘଣ୍ଟାରେ ଏହାର ବ୍ୟାଟେରି ସମ୍ପୂର୍ଣ୍ଣ ଚାର୍ଜ ହେଉଛି। କଂପାନି ପକ୍ଷରୁ ଚେତକ୍ ଇଭି ଉପରେ ୩ ବର୍ଷ/ ୫୦,୦୦୦ କିମିର ୱାରେଣ୍ଟି ପ୍ରଦାନ କରାଯାଉଛି। କି’ ଲେସ୍ ଷ୍ଟାର୍ଟ, ଏଲ୍ଇଡି ହେଡ୍ଲ୍ୟାମ୍ପ୍ ଭଳି ବହୁ ଆକର୍ଷଣୀୟ ସୁବିଧା ଏଥିରେ ରହିଛି। ଗ୍ରାହକମାନେ ଡିଲର୍ସିପ୍ରେ ପହଞ୍ଚି କିମ୍ବା www.chetak.com ମାଧ୍ୟମରେ ଘରେ ବସି ଚେତକ୍ ଇଭିର ବୁକିଂ କରିପାରିବେ। ଏହି ଅବସରରେ ସୋନ୍ଥାଲିଆ ଗ୍ରୁପ୍ର ମହାପ୍ରବନ୍ଧକ ଆଶିଷ ପଟୋଦିଆ ଉପସ୍ଥିତ ଥିଲେ।