ଷ୍ଟାର୍ଟଅପ୍‌ଙ୍କୁ ମିଳିବ ବନ୍ଧକମୁକ୍ତ ଋଣ

ନୂଆଦିଲ୍ଲୀ : ଦେଶରେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ଯେଭଳି ସହଜରେ ଋଣ ମିଳିବ ସେଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ବିନା ବନ୍ଧକରେ ସେମାନଙ୍କୁ ଋଣ ଯୋଗାଇ ଦେବାଲାଗି ସରକାର ସେମାନଙ୍କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍‌ ପରିସରଭୁକ୍ତ କରିଛନ୍ତି। ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଅକ୍ଟୋବର ୬ ତାରିଖ କିମ୍ବା ତା ପରଠାରୁ ଯୋଗ୍ୟ ଷ୍ଟାର୍ଟଅପ୍ ସଂସ୍ଥାକୁ ପ୍ରଦାନ କରାଯାଇଥିବା ଋଣକୁ ଉକ୍ତ ବର୍ଗରେ ରଖାଯିବ। ସରକାରଙ୍କ ଏହି ନିଷ୍ପତ୍ତି ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ବିଶେଷ ସହାୟକ ହେବ। ଗୋଟିଏ ସଂସ୍ଥାକୁ ସର୍ବାଧିକ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ସୁବିଧା ପ୍ରଦାନ କରାଯାଇ ପାରିବ।

ସମ୍ବନ୍ଧିତ ଖବର