ମନମୋହନଙ୍କ ଅମଳରେ ସର୍ବାଧିକ ଅଭିବୃଦ୍ଧି

ନୂଆଦିଲ୍ଲୀ: ନବେ ଦଶକରେ ଉଦାରୀକରଣ ଆରମ୍ଭ ହେବାର ପରବର୍ତ୍ତୀ ସମୟରେ ଦେଶର ସର୍ବୋଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ମନମୋହନ ସିଂହ ସରକାରଙ୍କ ଅମଳରେ ହୋଇଥିଲା। ସରକାରୀ ସୂତ୍ରରୁ ଜାରି ତଥ୍ୟରୁ ଏହା ଜଣାପଡ଼ିଛି। ୨୦୦୬-୦୭ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ଅର୍ଥାତ୍‌ ୧୦.୦୮% ହୋଇଥିଲା। ଉଦାରୀକରଣ ପୂର୍ବରୁ ରାଜୀବ ଗାନ୍ଧୀ ସରକାରଙ୍କ ଅମଳରେ ୧୯୮୮-୮୯ରେ ଦେଶର ଅଭିବୃଦ୍ଧି ହାର ୧୦.୨% ଥିଲା। ଜାତୀୟ ପରିସଂଖ୍ୟାନ ଆୟୋଗ ଦ୍ୱାରା ଗଠନ କରାଯାଇଥିବା କମିଟି ଅନ୍‌ ରିଅଲ ସେକ୍ଟର ଷ୍ଟାଟିଷ୍ଟିକ୍ସ ତରଫରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି। କମିଟିର ରିପୋର୍ଟକୁ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ େଓ୍ଵବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଏହି ରିପୋର୍ଟର କିଛି ଅଂଶକୁ ଟୁଇଟ୍‌ କରି କଂଗ୍ରେସ ପକ୍ଷରୁ ଜଣାଇ ଦିଆଯାଇଛି ଯେ ଉପା ସରକାରଙ୍କ ୧୦ ବର୍ଷ ଶାସନ କାଳରେ ହାରାହାରି ଜିଡିପି ଅଭିବୃଦ୍ଧି ୮.୧% ଥିଲା। ମୋଦୀ ସରକାରଙ୍କ ଅମଳରେ ହାରାହାରି ଅଭିବୃଦ୍ଧି ହାର ଏହା ଠାରୁ କମ୍‌ ଅର୍ଥାତ୍‌ ୭.୩% ରହିଛି।

ସମ୍ବନ୍ଧିତ ଖବର