ମୁମ୍ବାଇ : କର୍ପୋରେଟ୍‌ ଜଗତର ବୋର୍ଡରେ ମହିଳାମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବାଧୀନ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି। ବୋର୍ଡରେ ସାଧାରଣ ନିର୍ଦ୍ଦେଶିକାଙ୍କ ତୁଳନାରେ ସ୍ବାଧୀନ ନିର୍ଦ୍ଦେଶିକାଙ୍କ ସଂଖା ଅଧିକ ରହିଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅନୁସାରେ ତାଲିକାଭୁକ୍ତ କଂପାନି ବୋର୍ଡରେ ଅତିକମ୍‌ରେ ଜଣେ ମହିଳା ନିର୍ଦ୍ଦେଶିକା ରହିବା ବାଧ୍ୟତାମୂଳକ। ସ୍ବାଧୀନ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ୨୪.୭% ହେଉଛନ୍ତି ମହିଳା। ମୋଟ ନିର୍ଦ୍ଦେଶକଙ୍କ କ୍ଷେତ୍ରରେ ସେମାନଙ୍କ ଅଂଶ ଆହୁରି ତଳକୁ ଅର୍ଥାତ ୧୯.୭ ପ୍ରତିଶତକୁ ହ୍ରାସ ପାଇଛି।

Advertisment

publive-image

ସ୍ବାଧୀନ ନିର୍ଦ୍ଦେଶକ ସେମାନଙ୍କୁ କୁହାଯାଉଛି ଯେଉଁମାନଙ୍କର ପ୍ରତିଷ୍ଠାତାଙ୍କ ସହ କୌଣସି ସମ୍ପର୍କ ନାହିଁ। ୨୦୧୪ ବେଳକୁ କଂପାନି ବୋର୍ଡରେ ମହିଳାଙ୍କ ଅଂଶ ମାତ୍ର ୬ ପ୍ରତିଶତ ଥିଲା। ମାତ୍ର, କଂପାନି ନିୟମରେ ପରିବର୍ତ୍ତନ କରାଯିବା ପରେ ୨୦୨୨ ସୁଦ୍ଧା ଏହି ହାର ୨୨ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଦକ୍ଷିଣ, ଆଫ୍ରିକା‌, ବ୍ରିଟେନ୍‌ ଓ ଜାପାନ ଭଳି ଦେଶରେ ବୋର୍ଡରେ ମହିଳାଙ୍କୁ ସାମିଲ କରିବା ବାଧ୍ୟତାମୂଳକ ନୁହେଁ।