ନୂଆଦିଲ୍ଲୀ : ଅମୂଲ ପରେ ଦେଶର ଆଉ ଏକ ପ୍ରମୁଖ ଦୁଗଧ କମ୍ପାନି ମଦର୍ସ ଡାଇରୀ ମଧ୍ୟ ନିଜର ଦୁଗଧ ଦର ବଢାଇଛି । ଜାତୀୟ ଡାଇରୀ ଡେଭଲପମେଣ୍ଟ ବୋର୍ଡ ଅଧିନରେ ଥିବା ଏହି କମ୍ପାନି ଦୁଗଧ ଲିଟର ପିଛା ୨ ଟଙ୍କା ବଢାଇଛି । ଏହି ନୂଆ ଦର ଶନିବାରଠାରୁ ଲାଗୁହେବ । ଚାଷୀଙ୍କଠାରୁ କିଣାଯାଉଥିବା ଦୁଗଧ ଦର ଓ ଆନୁଷଙ୍ଗିକ ଦର ବଢିଥିବାରୁ କମ୍ପାନି ଏହି ଦରବଢାଇଛି ବୋଲି ଜଣାଯାଇଛି । ଏହି ବର୍ଦ୍ଧିତ ଦର କମ୍ପାନିର ସବୁପ୍ରକାରର ବ୍ରାଣ୍ଡର ଦୁଗଧ ପାଇଁ ଲାଗୁ ହେବ ।
/sambad/media/post_attachments/wp-content/uploads/2019/05/mother_dairy_660_052419074054.jpg)
ଏହି ଦର ବୃଦ୍ଧି ଫଳରେ ଅମୁଲ ଫେଡେରେସନ ସହ ଜଡିତ ପ୍ରାୟ ୭ ଲକ୍ଷରୁ ଅଧିକ ଦୁଗଧ ଚାଷୀ ଉପକୃତ ହେବେ । ଗତ ୨୦ ତାରିଖରେ ଦେଶର ସବୁଠୁ ବଡ଼ ଦୁଗଧ ଓ ଦୁଗଧଜାତ ସାମଗ୍ରୀ କମ୍ପାନି ଅମୁଲ ନିଜର ଦୁଗଧ ଦର ବଢାଇଥିଲା । କମ୍ପାନି ଲିଟର ପିଛା ୨ ଟଙ୍କା ବଢାଇଛି । ଏହି ବର୍ଦ୍ଧିତ ଦର ଆସନ୍ତା କାଲି ଅର୍ଥାତ ମଙ୍ଗଳବାରଠାରୁ ଲାଗୁ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/milk-1.jpg)